Latest Odisha News

BREAKING NEWS

Ganja Seized: ପାଟ୍ରୋଲିଂ ବେଳେ ଗାଡିରୁ ଜବତ ହେଲା ୩୭୮କିଲୋ ଗଞ୍ଜେଇ; ଡ୍ରାଇଭର ଗିରଫ

କନ୍ଧମାଳ: ଶୁକ୍ରବାର ପାଟ୍ରୋଲିଂ ବେଳେ ଏକ ଗାଡ଼ିରୁ ୩୭୮କିଲୋ ଗଞ୍ଜେଇ ଜବତ ହୋଇଛି । ତେବେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗାଡିର ଡ୍ରାଇଭରକୁ ଗିରଫ କରିଛି ଗୋଛାପଡା ପୋଲିସ । ଗୋଛାପଡାଠାରୁ ଫୁଲବାଣୀ ଯାଇଥିବା ମୁଖ୍ୟ ରାସ୍ତାର କାଟ୍ରାମାଲା ଗାଁ ଛକ ନିକଟରେ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିବା ସମୟରେ ଗାଡ଼ିରୁ ଗଞ୍ଜେଇ ଭର୍ତ୍ତି ୧୫ଟି ବସ୍ତା ବାହାରିଥିବା ସୂଚନା ରହିଛି ।

ଖବରମୁତାବକ, ଗିରଫ ଡ୍ରାଇଭର ଜଣଙ୍କ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଗୁଦାରୀ ପଞ୍ଚାୟତ ଶ୍ରୀରାମ ନଗରର ପ୍ରମୋଦ ସାହୁ ବୋଲି ଜଣାପଡ଼ିଛି ।

ଏହି ଘଟଣାକୁ ନେଇ ଗୋଛାପଡ଼ା ଥାନାରେ କେଶ ନଂ ୨୫୦/୨୫ରେ ଏକ ମାମଲା ରୁଜୁ କରାଯାଇଛି । ଶନିବାର ଗିରଫ ଡ୍ରାଇଭରକୁ କୋର୍ଟଚାଲାଣ କରାଯିବ ।

ସୂଚନାନୁସାରେ, ଗୋଛାପଡ଼ା ଥାନା ଅଧିକାରୀ ଚିରଞ୍ଜୀବ ବେହେରାଙ୍କ ନିର୍ଦେଶକ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ଅନନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ କାଟ୍ରାମାଲା ଗାଁ ଛକ ନିକଟରେ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିଥିଲେ । ସେତେବେଳେ ଗାଡ଼ିରୁ ଗଞ୍ଜେଇ ଭର୍ତ୍ତି ୧୫ଟି ବସ୍ତା ବାହାରିଥିଲା । ଉକ୍ତ ଟିମ୍ ଗାଡ଼ିର ଡ୍ରାଇଭରକୁ ପଚରାଉଚରା କରିବା ପରେ ଗୋଛାପଡା ଥାନା ସଲାଗୁଡା ପଞ୍ଚାୟତ ଆଞ୍ଚଳରୁ ଫୁଲବାଣୀ ଗଞ୍ଜେଇ ଚାଲାଣ କରୁଥିବା ଡ୍ରାଇଭର ଜଣକ ସ୍ୱୀକାର କରିଥିଲା ।

Leave A Reply

Your email address will not be published.