ପାଣାଜୀ: ଜାତୀୟ କ୍ରୀଡାର ୩୭ତମ ସଂସ୍କରଣ ଗୁରୁବାର ଗୋଆର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୋଜିତ ଭବ୍ୟ ଉଦଘାଟନୀ ଉତ୍ସବରେ ଗେମ୍ସର ମଶାଲ ଜାତୀୟ ହକି ଟିମର ଅଧିନାୟକ ହରମନପ୍ରୀତ ସିଂଙ୍କୁ ପ୍ରଦାନ କରିଥିଲେ । ସେ ଷ୍ଟେଜରେ ଏହାକୁ ସ୍ଥାପିତ କରିଥିଲେ । ଭାରତୀୟ ଆଥଲେଟ ଏବଂ ବିଶ୍ୱରେ ସଫଳତାର କୀର୍ତିମାନ ସ୍ଥାପନ କରିବାରେ ଲାଗିଛନ୍ତି । ୭୦ ବର୍ଷ ଧରି ଯାହା ହୋଇ ନ ଥିଲା ଏବେ ତାହା ହେଉଛି । ଏସିଆନ ଗେମ୍ସରେ ୧୦୦ ପଦକ ହାସଲ କରିବା ବହୁତ ବଡ କଥା ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ଭାବେ ନିିର୍ମିତ ଏକ ରଥରେ ଷ୍ଟାଡିୟମ ଚାରିପଟେ ବୁଲିଥିଲେ ।
ଭାରତୀୟ ଅଲିମ୍ପିକ ଆସୋସିଏଶନର ଅଧ୍ୟକ୍ଷ ପିଟି ଉଷା ସଭାକୁ ସମ୍ବୋନ୍ଧିତ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ପ୍ରଥମ ଥର ଗୋଆରେ ଜାତୀୟ କ୍ରୀଡା ଆୟୋଜିତ ହେଉଛି । ଓଭରାଲ ୪୭ଟି ଇଭେଂଟସରେ ୧୦,୦୦୦ରୁ ଅଧିକ ଆଥଲେଟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ବିଭିନ୍ନ ରାଜ୍ୟର ଟିମ ସମେତ ଇଣ୍ଡିଆନ ଆର୍ମଡ ଫୋର୍ସେଜର ଟିମ ଓ ସର୍ଭିସେସ ଟିମ ଏଥିରେ ଅଂଶ ଗ୍ରହଣ କରନ୍ତି । ୪ ବର୍ଷ ଧରି ସର୍ଭିଶେଷ ଟିମ ପ୍ରଥମ ସ୍ଥାନ ହାସଲ କରି ଆସୁଛି । ୨୦୨୩ରେ ବିଚ ଫୁଟବଲ, ରୋଲ ବଲ, ସେପକଟାକ୍ରୋ, ସ୍କେୱେ ମାର୍ଶଲ ଆର୍ଟ, କାଲିୟାରପଟ୍ଟୁ ଓ ପେଂଚକ ସିଲାଟକୁ ପ୍ରଥମ ଥର ସାମିଲ କରାଯାଇଛି ।
Comments are closed.