Latest Odisha News

BREAKING NEWS

ବାଲେଶ୍ୱରରୁ ଜବତ ହେଲା ୩୮ ଗ୍ରାମର ବ୍ରାଉନ ସୁଗାର

ବାଲେଶ୍ୱର: ବାଲେଶ୍ୱରର ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ନିକଟରେ ପୋଲିସ ଚଢାଉ କରି ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ୨ ଜଣଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲାର ଫୈୟଜ ମହମ୍ମଦ ଓ ଆଶିକ ଖାଁ ।

ପ୍ରାପ୍ତ ସୂଚନାନୁଯାୟୀ ସେମାନଙ୍କ ଠାରୁ ପାଖାପାଖି ୩୮.୬୪ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି ।

ତେବେ ଏହି ଘଟଣାରେ ଗିରଫ ହୋଇଥିବା ୨ ଜଣକୁ ପୋଲିସ କୋର୍ଟ ଫରୱାର୍ଡ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.