Latest Odisha News

BREAKING NEWS

ପାକିସ୍ତାନର ୧୪୩ ଅଧିକାରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ପଂହଚିଲେ ଆଟ୍ଟାରୀ-ଓ୍ଵାଘା ସୀମାରେ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ ଦୂତାବାସରେ ମୁତୟନ ଥିବା କର୍ମଚାରୀଙ୍କ ସଂଖ୍ୟା ୫୦ ପ୍ରତିଶତକୁ ହ୍ରାସ କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେବାପରେ ୧୪୩ ଅଧିକାରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଆଟ୍ଟାରୀ-ଓ୍ଵାଘା ସୀମାରେ ପହଞ୍ଚିଛନ୍ତି । ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସରେ ମୁତୟନ ଥିବା ଦୁଇ ଅଧିକାରୀ ଗୁପ୍ତଚର ବୃତ୍ତିରେ ଲିପ୍ତ ଥିବା ଘଟଣାକୁ ଭାରତ ସରକାର ଗୁରୁତ୍ୱର ସହିତ ନେବା ସହ ପାକିସ୍ତାନୀ ଦୂତାବାସର ଅଧିକାରୀ ସୟଦ ହାୟଦର ଶାହାଙ୍କୁ ଡକାଇଥିଲେ ।

ଦୁଇ ଅଧିକାରୀଙ୍କ ବାବଦରେ ତାଙ୍କୁ ସମସ୍ତ ତଥ୍ୟ ପ୍ରମାଣ ଦେବା ସହ ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ ଦୂତାବାସରେ ମୁତୟନ ଥିବା କର୍ମଚାରୀଙ୍କ ସଂଖ୍ୟା ୫୦ ପ୍ରତିଶତକୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  ଆଜି ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ ଦୂତାବାସରେ ମୁତୟନ ଥିବା ପାକିସ୍ତାନର ୧୪୩ ଅଧିକାରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଯାଇ ଆଟ୍ଟାରୀ- ଓ୍ଵାଘା ସୀମାରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.