Latest Odisha News

ଅଟଳ ସେତୁରୁ ଡେଇଁଲେ ଯୁବ ଇଞ୍ଜିନିୟର

ମୁମ୍ବାଇ: ମୁମ୍ବାଇର ଅଟଳ ସେତୁରୁ ଡେଇଁ ଜଣେ ୩୮ ବର୍ଷୀୟ ଯୁବ ଇଞ୍ଜିନିୟର ବୁଧବାର ଆତ୍ମହତ୍ୟା କରିଛନ୍ତି। ପୋଲିସ ସ୍ଥାନୀୟ ଲୋକ ଓ କୋଷ୍ଟଗାର୍ଡଙ୍କ ସାହାଯ୍ୟରେ ସମୁଦ୍ରରେ ଖୋଜାଖୋଜି ଆରମ୍ଭ କରିଥିଲା,ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କ ମୃତଦେହ ମିଳିପାରି ନାହିଁ।
ମୃତକ ଜଣକ ଡୋମ୍ବିଭ୍‌ଲିର ୩୮ ବର୍ଷୀୟ ଶ୍ରୀନିବାସନ୍ କୁରୁତୁରୀ ବୋଲି ଜଣାପଡ଼ିଛି।

ପୋଲିସ ସୂଚନା ଅନୁଯାୟୀ, ଶ୍ରୀନିବାସନ୍ କୁଏତରେ କାମ କରୁଥିଲେ ଏବଂ ୨୦୨୩ରେ ଭାରତ ଆସି ବ୍ୟବସାୟ ଆରମ୍ଭ କରିଥିଲେ।
ଶ୍ରୀନିବାସନ୍ ଅଟଳ ସେତୁରେ ବୁଧବାର ଦିନ ଟାଟା ନେକ୍ସନ କାରରେ ଯାଇ ଆତ୍ମହତ୍ଯା କରିଛନ୍ତି।

୧୨ଟା ୨୪ରେ ମୁମ୍ବଇ-ନଭି ମୁମ୍ବଇ ଲେନ୍‌ରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସିସିଟିଭି ଫୁଟେଜକୁ ଆଧାର କରି କାର୍ ପାଇଲୁ ଏବଂ ଏହାମଧ୍ୟରେ ତାଙ୍କର ଆଧାର କାର୍ଡ ରହିଥିଲା।

ଘଟଣା ସମୟର ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ, କାରରୁ ଜଣେ ବ୍ୟକ୍ତି ବାହାରି ତୁରନ୍ତ ପୋଲ ବାଡ଼ାରେ ଚଢୁଛନ୍ତି ଏବଂ ଏହାପରେ ସମୁଦ୍ରକୁ ଡେଇଁ ପଡ଼ୁଛନ୍ତି।

 

Comments are closed.