Latest Odisha News

BREAKING NEWS

କେନିଆରେ ହିଂସା, ଗଲାଣି ୩୯ ଜୀବନ

କେନିଆ: କେନିଆର‌େ ବଢୁଛି ହିଂସା। ସରକାରଙ୍କ ବି‌ରୋଧରେ ଜାରି ବିକ୍ଷ‌ୋଭରେ ଏଯାବତ୍ ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୬୦ରୁ ଅଧିକ ବ୍ୟକ୍ତି ଗୁରୁତର ଥିବା ଜଣାପଡିଛି। ଆହୁରି ମଧ୍ୟ ନିଖୋଜ ଲୋକଙ୍କ ସଂଖ୍ୟା ୩୨ର‌େ ପହଞ୍ଚି ଥିବା ବେଳେ ୬୨୭ ଜଣ ଗିରଫ ହୋଇଛନ୍ତି।

ସୂଚନା ଅନୁସାର‌େ ଲୋକମାନେ ସରକାରଙ୍କ ଦ୍ୱାରା ନୂଆ ଟ୍ୟାକ୍ସ ଲାଗୁକୁ ବିରୋଧ କରୁଛନ୍ତି। ଏହି ନୂତନ ଟିକସ ନିୟମ ଅନୁଯାୟୀ, ଡାଏପର ଭଳି ସାମଗ୍ରୀ ଗୁଡିକର ମୂଲ୍ୟ ବୃଦ୍ଧି ପାଇବ। ତେବେ ଜନସାଧାରଣଙ୍କ ବିରୋଧ ପରେ ବ୍ର‌େଡ୍ ଉପରୁ ଟିକସ ଲାଗୁ କରିବା ପ୍ରସ୍ତାବକୁ ଉଠାଇ ଦିଆଯାଇଥିଲା।

ଅପରପକ୍ଷ‌େ କେନିଆ ଜାତୀୟ ମାନବାଧିକାର ଆୟୋଗ ଅନୁସାରେ, ମୃତ୍ୟୁ ସଂଖ୍ୟା ସରକାରୀ ଆକଳନଠାରୁ ପ୍ରାୟ ଦୁଇଗୁଣ। ଯୁବପିଢ଼ିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଟିକସ ବିରୋଧୀ ରାଲି ପ୍ରଥମେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଭାବରେ ଆରମ୍ଭ ହୋଇଥିଲା । କିନ୍ତୁ ପରେ ଏହା ହିଂସାରେ ପରିଣତ ହୋଇଛି।

Leave A Reply

Your email address will not be published.