Latest Odisha News

BREAKING NEWS

ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ୩୯୮ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ଏପ୍ରିଲ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୩୯୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରାଯିବ ।

ଏହି ୩୯୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଲାଗି ୫୨ ଜଣ ପ୍ରାର୍ଥୀ ପ୍ରତୀଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଛନ୍ତି । ସେହି ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଗୁଡ଼ିକ ହେଲା – ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ।

ସେହିପରି ୩୪୬ ଜଣ ପ୍ରାର୍ଥୀ ୪୨ଟି ବିଧାନସଭା ଆସନରେ ପ୍ରତିଦ୍ୱଦ୍ୱିତା କରୁଛନ୍ତି । ସେହି ବିଧାନସଭା ଆସନ ଗୁଡ଼ିକ ହେଲା – ଜଶିପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷୀ, ଉଦଳା, ବାରିପଦା, ମୋରଡ଼ା, ବଡ଼ସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି, ସୋରୋ, ସୁମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି, ବିଞ୍ଝାରପୁର, ବରି, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା, ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା, ନିଆଳି, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର ଓ ନିମାପଡ଼ା ନିର୍ବାଚନ ମଣ୍ଡଳୀ ।

ଏହି ୩୪୬ ପ୍ରାର୍ଥୀମାନଙ୍କ ମଧ୍ୟରୁ ୩୧୧ ଜଣ ପୁରୁଷ ପ୍ରାର୍ଥୀ ଥିବା ବେଳେ ୩୪ ଜଣ ମହିଳା ଏବଂ ଜଣେ କିନ୍ନର ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।

ତେବେ ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ସମୁଦାୟ ୯୫, ୧୪, ୮୮୩ ଜଣ ଭୋଟର୍ ରହିଥିବା ବେଳେ ସେଥିମଧ୍ୟରୁ ୪୬, ୦୫, ୬୯୪ ମହିଳା ଭୋଟର୍ ରହିଛନ୍ତି ଏବଂ ୬୧୫ ଜଣ କିନ୍ନର ଭୋଟର୍ ମୋଟ ୧୦ ହଜାର ୭୯୨ଟି ବୁଥରେ ଭୋଟଦାନ କରିବେ ।

Leave A Reply

Your email address will not be published.