Latest Odisha News

BREAKING NEWS

୩୧ ରେ ଇଣ୍ଡିଆ ମେଣ୍ଟର ବୈଠକ, ମୁମ୍ବାଇରେ ଏକାଠି ହେବେ ଦଳ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୨୬ଟି ବିରୋଧୀ ମେଣ୍ଟ ଇଣ୍ଡିଆ ଜୋରଦାର ପ୍ରସ୍ତୁତ ଚଳାଇଛି। ଆଗକୁ ରଣନୀତି ପ୍ରସ୍ତୁତ କରିବାକୁ ମହାରାଷ୍ଟ୍ରର ମୁମ୍ବାଇରେ ‘ଇଣ୍ଡିଆ’ର ତୃତୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବୈଠକଟି ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ରେ ଅନୁଷ୍ଠିତ ହେବ। ଉଦ୍ଧବଙ୍କ ଶିବସେନା ବୈଠକରେ ନେତୃତ୍ୱ ନେବେ ବୋଲି ସୂଚନା ରହିଛି।

ଏହି ବୈଠକ ମୁମ୍ବାଇର ସାନ୍ତାକ୍ରପଜ-କାଲିନା ଅଞ୍ଚଳରେ ଥିବା ଗ୍ରାଣ୍ଡ ହୟାତା ହୋଟେଲରେ ଅନୁଷ୍ଠିତ ହେବ। ବୈଠକରେ ଯୋଗ ଦେବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯିବ ବୋଲି ଏମଭିଏ ନେତା କହିଛନ୍ତି। ସେହିପରି ବୈଠକର ପ୍ରଥମ ଦିନରେ ସମସ୍ତ ନେତାଙ୍କ ପାଇଁ ରାତ୍ରୀ ଭୋଜନ କରାଯାଇଛି। ବୈଠକ ପରେ ବିରୋଧୀଦଳର ନେତାମାନେ ସେହି ଦିନ ସନ୍ଧ୍ୟାରେ ମିଳିତ ସାମ୍ବାଦିକ ସମ୍ମିଳନୀ କରିବେ।

ଜୁଲାଇ ୧୭-୧୮ ରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ଅନୁଷ୍ଠିତ ବିରୋଧୀ ଦଳର ବୈଠକ କଂଗ୍ରେସ ଆୟୋଜନ କରିଥିଲା। ଅନ୍ୟପକ୍ଷରେ, ଜୁନ୍ ୨୩ ରେ ପାଟନାରେ ଅନୁଷ୍ଠିତ ଏହି ବୈଠକ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ଦ୍ୱାରା ଆୟୋଜିତ ହୋଇଥିଲା। ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ବୈଠକରେ ଉଦ୍ଧବ ଠାକରେଙ୍କ ଶିବସେନା ନେତୃତ୍ୱ ନେବେ। ବୈଠକର ଦ୍ୱିତୀୟ ଦିନ ଅର୍ଥାତ୍ ସେପ୍ଟେମ୍ବର ୧ ରେ ବିରୋଧୀ ଦଳ ବୈଠକ ସକାଳ ୧୦ରୁ ଆରମ୍ଭ ହେବ। ଏଥିରେ ବିରୋଧୀ ଦଳର ଅନେକ ନେତା ସାମଲି ହେବାର ସମ୍ଭାବନା ରହିଛି।

ଏହି ସମୟରେ କଂଗ୍ରେସ ଉଭୟ ଦଳକୁ ସମର୍ଥନ କରିବ। ମୁମ୍ବାଇରେ ଆୟୋଜିତ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି ବୈଠକରେ ଇଣ୍ଡିଆ ମେଣ୍ଟର କୌଣସି ସଂଯୋଜକଙ୍କ ନାମ ଫଇସଲା ହେବାର ସମ୍ଭାବନା ରହିଛି। ଏହା ସହିତ ଏକ ସମନ୍ୱୟ କମିଟି ମଧ୍ୟ ଗଠନ ହେବ ବୋଲି କୁହାଯାଉଛି। ଏହି ବୈଠକରେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଆସନ ସମନ୍ୱୟ ପ୍ରସଙ୍ଗରେ ଏକ ଢାଞ୍ଚା ମଧ୍ୟ ପ୍ରସ୍ତୁତ କରାଯାଇପାରେ ବୋଲି କୁହାଯାଉଛି।

Leave A Reply

Your email address will not be published.