Latest Odisha News

କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ୪-୨-୧ ନିୟମ ଅନୁଯାୟୀ ଖେଳାଳିଙ୍କୁ ଦେଉଛି ପୃଷ୍ଟିକର ଆହାର

ସୁରଟ: ଜଣେ କ୍ରୀଡାବିତଙ୍କ ଲାଗି ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସର୍ବଦା ଆହାର ବା ପୋଷଣର ଗୁରୁତ୍ଵ ରହି ଆସିଛି । କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଖେଳାଳିଙ୍କୁ ଫିଟ୍ ରଖିବା ପାଇଁ ୪-୨-୧ ନିୟମ  ପାଳନ କରୁଛି ।

ମ୍ୟାଚର ୪ ଘଣ୍ଟା ପୂର୍ବରୁ ସମ୍ପୂର୍ଣ ଆହାର: ମ୍ୟାଚ ଆରମ୍ଭ ହେବାର ୪ ଘଣ୍ଟା ପୂର୍ବରୁ ଆଥଲେଟଙ୍କୁ ମିଲ ଗ୍ରହଣ କରିବାକୁ ବ୍ୟବସ୍ଥା କରାଯାଏ। ଏହି ସମୟରେ ମାଂସ, ମାଛ ଭଳି ଅଧିକ ପରିମାଣରେ କାର୍ବୋହାଇଡ୍ରେଟ, ପ୍ରୋଟିନ ଯୁକ୍ତ ଖାଦ୍ୟ ଓ ଲୋ ଫ୍ୟାଟ ଖାଦ୍ୟ ଦିଆଯାଏ। ଆମିଷ ଖାଉନଥିବା ଖେଳାଳିମାନେ ଭାତ ଓ ଡାଲି ଓ ଅନ୍ୟାନ୍ୟ ଖାଦ୍ୟ ଦିଆଯାଇଥାଏ। ଏହିପରି ଖାଦ୍ୟ ଯୋଗୁଁ ଖେଳାଳିଙ୍କୁ ଲଗାତର ଶକ୍ତି ମିଳିଥାଏ ଆଉ ଫିଟ୍ ରହିଥାନ୍ତି।

ମ୍ୟାଚର ୨ ଘଣ୍ଟା ପୂର୍ବରୁ ଜଳଖିଆ: ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଅଧିକ ପରିମାଣର କର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ଖାଇବା ନିହାତି ଦରକାର। ଏହା  ଖେଳାଳିଙ୍କୁ ମ୍ୟାଚ ଲାଗି ଶୀଘ୍ର ପ୍ରସ୍ତୁତ କରିବାରେ ସାହାଯ୍ୟ କରେ ଓ ଥକାପଣ ଲାଗେନାହିଁl

ମ୍ୟାଚର ଘଣ୍ଟାକ ପୂର୍ବରୁ ସ୍ପୋର୍ଟସ ଡ୍ରିଙ୍କ୍ସ: ମ୍ୟାଚ ଆରମ୍ଭ ହେବାର ଏକ ଘଣ୍ଟା ପୂର୍ବରୁ ଖେଳାଳିମାନେ ନିଜକୁ  ଗାଟୋରେଡ ଓ ପାୱାରେଡ ଭଳି ଉଚ୍ଚ ଇଲେକ୍ଟ୍ରୋରେଟ ଡ୍ରିଙ୍କ୍ସ ଦ୍ଵାରା ହାଇଡ୍ରେଟ ରଖିବା ଦରକାର। ଏହାଦ୍ୱାରା ଖେଳାଳିଙ୍କ ଶରୀରରେ ଇଲେକ୍ଟ୍ରୋରେଟ ସ୍ତର ସନ୍ତୁଳନରେ ରୁହେ।

ମ୍ୟାଚର ୪ ଘଣ୍ଟା ପୂର୍ବରୁ ହାଇଡ୍ରେସନ ନିୟମାବଳୀ: ୪ ଘଣ୍ଟା ପୂର୍ବରୁ ହାଇଡ୍ରେସନ ନିୟମାବଳୀ ପାଳନ କରିବା ଖୁବ ଜରୁରୀ। କାରଣ ନ୍ୟୁଟ୍ରିସନ ଭଳି ହାଇଡ୍ରେସନ ସମାନ ଗୁରୁତ୍ଵ ରହିଛି।  ଆଥଲେଟଙ୍କୁ ଶରୀରର ଓଜନ ପିଛା  ୫ରୁ ୭ ମିଲିଲିଟର ପାଣି ବା ସ୍ପୋର୍ଟସ ଡ୍ରିଙ୍କ୍ସ ପିଇବାକୁ ପରାମର୍ଶ ଦିଆଯାଏ। ଉଦାହରଣ ସ୍ୱରୂପ ଯଦି ଜଣେ ଖେଳାଳିଙ୍କ ଓଜନ ୭୨ କେଜି, ତେବେ ତାଙ୍କୁ ୩୬୦ରୁ ୫୦୪ ଏମଏଲ ପାଣି ପିଇବା ଦରକାର।

ସ୍ପୋର୍ଟସ ବେଳେ ଡ୍ରିଙ୍କ୍ସ: ଖେଳିବା ବେଳେ ଖେଳାଳିଙ୍କୁ ଡ୍ରିଙ୍କ୍ସ ମାଧ୍ୟମରେ ଶରୀରର ଜଳୀୟ ଅଂଶକୁ ନିୟନ୍ତ୍ରଣରେ ରଖିବାକୁ ପ୍ରୋତ୍ସାହିତ କରାଯାଏ। ପ୍ରତ୍ୟେକ ୧୫ ମିନିଟରେ ଖେଳାଳିମାନେ ୧୦୦ରୁ ୨୦୦ ଏମଏଲ ପାଣି ପିଇବା ଦରକାର। ଏହା ଶରୀରର ତାପମାତ୍ରା, ଖେଳର ତୀବ୍ରତା ଭଳି ଫ୍ୟାକ୍ଟର ଉପରେ ନିର୍ଭର କରେ। ଏଥିସହିତ ଖେଳାଳିଙ୍କୁ ମ୍ୟାଚ ବେଳେ ଶରୀରରେ ନିରନ୍ତର ଏନର୍ଜି ପାଇଁ ପ୍ରତି ଘଣ୍ଟା ୩୦ରୁ ୪୦ ଗ୍ରାମ କର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ଦିଆଯାଏ।

ମ୍ୟାଚ ପରବର୍ତ୍ତୀ ରିକଭରି: ମ୍ୟାଚ ପରବର୍ତ୍ତୀ ରିକଭରିରେ ଶରୀରରେ ତରଳ ପଦାର୍ଥ ଓ ଏଲେକ୍ଟୋରେଟ୍ସ ସ୍ତରକୁ ସନ୍ତୁଳନକୁ ଆଣିବା ଭଳି ଗୁରୁତ୍ଵପୂର୍ଣ୍ଣ ପ୍ରକ୍ରିୟା ସାମିଲ ରହିଥାଏ। ୧୨ ରୁ ୧୪ ଘଣ୍ଟା ମଧ୍ୟରେ ଆଉ ଏକ ମ୍ୟାଚ ଖେଳିବାକୁ ଥିବା ବେଳେ ଏହି ପ୍ରକ୍ରିୟାକୁ ଅଧିକ ଗୁରୁତ୍ଵ ଦିଆଯାଏ। ଆଥଲେଟଙ୍କୁ ଯଥେଷ୍ଟ ପରିମାଣରେ ଖାଦ୍ୟ, ସ୍ନାକ୍ସ ଓ ପାଣି ଗ୍ରହଣ କରିବା ଦରକାର। ଯଦି ଖେଳାଳିଙ୍କ ଓଜନରେ ୧.୨ କେଜି କିମ୍ବା ତା ଠାରୁ ଅଧିକ ଓଜନ ହ୍ରାସ ହୁଏ, ତେବେ ଦେଢ଼ ଲିଟର ସ୍ପୋର୍ଟସ ଡ୍ରିଙ୍କ୍ସ ପିଇବା ନିହାତି ଆବଶ୍ୟକ ।

କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଦଳର ସର୍ବୋତ୍ତମ ପ୍ରଦର୍ଶନ ପାଇଁ ବିସ୍ତୃତ ପୃଷ୍ଟିକର ଖାଦ୍ୟ ଓ ହାଇଡ୍ରେସନ ନିୟମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଚଳିତ ଲିଜେଣ୍ଡ୍ସ  ଲିଗ କ୍ରିକେଟରେ ଖେଳାଳି ସେମାନଙ୍କ ଫିଟନେସର ଶୀର୍ଷରେ ଥିବା ସୁନିଶ୍ଚିତ କରିବ । ୪-୨-୧ ନିୟମ ପାଳନ କରି ଏବଂ ପର୍ଯ୍ୟାପ୍ତ ହାଇଡ୍ରେସନ ବଜାୟ ରଖିବା ଦ୍ୱାରା ଖେଳାଳି ମାନଙ୍କ ଫିଟନେସ ଓ କାର୍ଯ୍ୟଦକ୍ଷତାରେ ସୁଧାର ଆସିବ ବୋଲି କେଏସଓ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.