Latest Odisha News

BREAKING NEWS

ଦକ୍ଷ ପ୍ରଜାପତି ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣା: ୪ ଗିରଫ

ବାଣପୁର: ଦକ୍ଷ ପ୍ରଜାପତି ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଦେବାଦେବୀଙ୍କ ମୂର୍ତ୍ତି, ଆଧାରକାର୍ଡ, ମୋବାଇଲ୍ ଫୋନ୍ ଏବଂ ଏୟାର୍ ବ୍ୟାଗ୍ ଆଦି ଜବତ ହୋଇଛି। ଗତ ୨୨ ତାରିଖରେ ଚୋରି ହୋଇଥିବା ଦକ୍ଷପ୍ରଜାପ୍ରତି ମନ୍ଦିରର ୨୨ଟି ମୂର୍ତ୍ତିରୁ ମାତ୍ର ୯ ଟି ମୂର୍ତ୍ତି ମିଳିଛି । ୪ଟି ମୂର୍ତ୍ତିର ଇନଗଟ୍ ମିଳିଛି । ଗିରଫ ଅଭିଯୁକ୍ତମାନେ ହେଲେ ରାଜସ୍ଥାନର ମୁକେଶ ଚନ୍ଦ୍ର ମୀନା, କୈଳାସ ମୀନା, ଚୁଟ୍ଟନ୍ ଏବଂ ମନୋଜ କୁମାର ମୀନା। ଏହି ସମସ୍ତ ଚୋର ମୂର୍ତ୍ତି ଚୋରି କରିବା ପାଇଁ ଓଡ଼ିଶା ଆସନ୍ତି ବୋଲି ପୋଲିସ ପକ୍ଷରୁସୂଚନା ଦିଆଯାଇଛି ।

ପୁଲିସ୍ ସେମାନଙ୍କୁ ଧରି ପଚରାଉଚରା କରିବା ପରେ ସେମାନେ ରାଜ୍ୟରୁ ବହୁ ମୂର୍ତ୍ତି ଚୋରି କରିଥିବା ସ୍ବୀକାର କରିଛନ୍ତି। ମାତ୍ର ସବୁ ମୂର୍ତ୍ତି ସେମାନେ ଏକା ଥରକେ ଚୋରି କରିନାହାନ୍ତି। ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.