Latest Odisha News

BREAKING NEWS

ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଯାତ୍ରୀ ସୁରକ୍ଷିତ

ଜୟପୁର: ଜୟପୁର ଷ୍ଟେସନ ପାସ କରିବା ପରେ ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ ଛତ୍ରିପୁଟଠାରେ ଲାଇନଚ୍ୟୁତ ହୋଇଛି ।  ଜୟପୁର ଛତ୍ରିପୁଟ ନିକଟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହେବା ପରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।ଯାତ୍ରୀଙ୍କୁ ନିଜ ବ୍ୟବସ୍ଥାରେ ଗନ୍ତବ୍ୟସ୍ଥଳକୁ ପଠାଇଛି ରେଳ ବିଭାଗ  ।  ଏହି ଘଟଣାରେ ଜଣେ ସେକ୍ସନ ଇଞ୍ଜିନିୟର  ଓ ଜଣେ ଗ୍ୟାଙ୍ଗମ୍ୟାନଙ୍କୁ ନିଲମ୍ବନ କରାଯାଇଛି । ୨ ଜଣଙ୍କୁ ନିଲମ୍ବନ କରାଯାଇଥି୧ା ଡିଆରଏମ ଅନୁପ ଶତପଥୀ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଗୋଟିଏ ସ୍ଲିପର କ୍ଲାସ ଓ ୩ଟି ଜେନେରାଲ କୋଚ୍ ଲାଇନଚ୍ୟୁତ ହୋଇଥିଲା । ୪ଟି ବଗି ଲାଇନଚ୍ୟୁତ ହୋଇଥିଲେ ବି ସବୁ ଯାତ୍ରୀ ସୁରକ୍ଷିତ ଥିବା ରେଳବାଇ ପକ୍ଷରୁ କୁହାଯାଇଛି ।  ଘଟଣାସ୍ଥଳକୁ ବରିଷ୍ଠ ରେଳ ଅଧିକାରୀ ପହଞ୍ଚିବା ପରେ ମରାମତି କାମ ଚାଲୁ ରହିଛି ।

Comments are closed.