ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଚାଷୀ ପାଇପାରିଲେନି ନିଜ ଟଙ୍କା। ସୋମବାର ୧୨ତମ କିସ୍ତିରେ କେନ୍ଦ୍ର ସରକାର ୧୬ ହଜାର କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଥିଲେ।ଏହାପୂର୍ବରୁ ୧୧ତମ କିସ୍ତିରେ କେନ୍ଦ୍ର ସରକାର ୨୧ ହଜାର କୋଟି ଟଙ୍କା ପଠାଇଥିଲେ। ଅର୍ଥାତ୍ ଦୁଇଟି କିସ୍ତି ମଧ୍ୟରେ ଫରକ ପାଖାପାଖି ୫ ହଜାର କୋଟି ଟଙ୍କା କମ୍ ରାଜସ୍ବ ଖର୍ଚ୍ଚ ପଡିବାକୁ ପଡିଛି କେନ୍ଦ୍ର ସରକାରଙ୍କୁ। ଅର୍ଥାତ୍ ୨.୫୦ କୋଟି ଚାଷୀ ପାଇନାହାନ୍ତି ଟଙ୍କା। ଏବେ ପ୍ରଶ୍ନ ଉଠୁଛି କାହିଁକି ଚାଷୀ ପାଇଲେ ନାହିଁ ଟଙ୍କା।
ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି ଯୋଜନାରେ ଜାଲିଆତି ରୋକିବାକୁ କେନ୍ଦ୍ର ସରକାର ଇ-କେଓ୍ୱାଇସି ଅପଡେଟ୍ କରିବାକୁ ଅନିର୍ବାର୍ଯ୍ୟ କରିଥିଲେ। ଗତକାଲି କିସ୍ତି ଜାରି ହେବା ପରେ ୨.୫୦ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଇସା ଯାଇନଥିବା ସୂଚନା ମିଳିଛି। ପୂର୍ବ ୧୧ ତମ କିସ୍ତିରେ ୧୦ କୋଟି ଚାଷୀ ଏହି ଯୋଜନାରେ ଟଙ୍କା ପାଇଥିଲେ ବୋଲି ସୂଚନା ରହିଛି।଼
ଏହି ଯୋଜନାରେ ୧୨ କୋଟିରୁ ଅଧିକ ଚାଷୀ ପଞ୍ଜିକୃତ କରିଛନ୍ତି। ତେଣୁ ୧୧ ତମ କିସ୍ତି, ୧୨ ତମ କିସ୍ତିରେ ଦିଆଯାଇଥିବା ଟଙ୍କାକୁ ଦେଖିଲେ ଲାଗୁଛି ୪ କୋଟିରୁ ଅଧିକ ଚାଷୀ ଚଳିତ ଥର କେନ୍ଦ୍ରର ଏହି ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ନିର୍ଦ୍ଧାରିତ ବ୍ୟବସ୍ଥା ଅନୁଯାୟୀ ପ୍ରତିବର୍ଷ ପଞ୍ଜିକୃତ ହୋଇଥିବା ମୋଟ୍ ହିତାଧିକାରୀଙ୍କ ମଧ୍ୟରୁ ୫ ପ୍ରତିଶତଙ୍କର ଶାରୀରିକ ଯାଞ୍ଚ ବାଧ୍ୟତାମୂଳକ କରାଯାଇଥାଏ। କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର ଟୁଇଟ୍ କରି କହିଛନ୍ତି, http://pmkisan.gov.inରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଦ୍ୱାରା ଅପଲୋଡ୍ ହୋଇଥିବା ହିତାଧିକାରୀଙ୍କ ତଥ୍ୟ ଶତ ପ୍ରତିଶତ ତ୍ରୁଟିମୁକ୍ତ । ଏହି ତାଲିକା ଆଧାରରେ କେନ୍ଦ୍ର ସରକାର ଟଙ୍କା ଦିଅନ୍ତି। ଅନ୍ୟପଟେ କେନ୍ଦ୍ର ଓ ରାଜ୍ୟ ସରକାର ଇ-କେଓ୍ୱାଇସି ଏବଂ ଅନ୍ୟାନ୍ୟ ବ୍ୟବସ୍ଥାକୁ ଯଦି ଆହୁରି କଡାକଡି କରିବେ ତାହେଲେ ଏହି ଯୋଜନାରେ ଲାଭାର୍ଥୀଙ୍କ ସଂଖ୍ୟା ଆହୁରି କମିବ ବୋଲି ଆଶଙ୍କା କରାଯାଉଛି।
Comments are closed.