ଭୁବନେଶ୍ୱର: ଆଇଟି ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ଆୟୋଜିତ ସୂଚନା ପ୍ରଯୁକ୍ତି ବିଦ୍ୟା ଏକ୍ସପୋ-୨୦୨୩ ଭୁବନେଶ୍ୱର ଜନତା ମଇଦାନରେ ଉଦ୍ଘାଟିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘରାଇଙ୍କ ଉପସ୍ଥିତିରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏହି ୪ ଦିନ ଧରି ଚାଲିବାକୁ ଥିବା ଏକ୍ସପୋକୁ ଉଦଘାଟନ କରିଥିଲେ। ଏହି ଅବସରରେ ଆଇଟିଏଓର ସଭାପତି ଅବିନାଶ ପଟ୍ଟନାୟକ, ଆଇଟିଏଓର ସମ୍ପାଦକ ଦେବାଶିଷ ତ୍ରିପାଠୀଙ୍କ ସମେତ ଆଇଟିଏଓର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ଏକ୍ସପୋ ସମ୍ପର୍କରେ ଆଇଟିଏଓର ସଭାପତି ଅବିନାଶ ପଟ୍ଟନାୟକ କହିଛନ୍ତି ଯେ, ଆଇଟି ଏକ୍ସପୋ ୨୦୨୩ ସମସ୍ତ ଆଇଟି ଉତ୍ସାହୀ, କର୍ପୋରେଟ୍ କମ୍ପାନୀ, ଆଇଟି ଅଂଶୀଦାର ଏବଂ ବୈଷୟିକ ଛାତ୍ରଛାତ୍ରୀଙ୍କ ପାଇଁ ଆଇଟି ଶିଳ୍ପ ବିଷୟରେ ନୂତନ ଜ୍ଞାନକୌଶଳ, ବିକାଶ ଏବଂ ଅପଡେଟ୍ ବିଷୟରେ ଅବଗତ ହେବାପାଇଁ ଏକ ପ୍ଲାଟଫର୍ମ। ଅଂଶଗ୍ରହଣକାରୀ ଏବଂ ପର୍ଯ୍ୟଟକମାନେ ଏହି ଏକ୍ସପୋରେ ବ୍ୟବସାୟ ଏବଂ ହୋମ୍ ସଲ୍ୟୁସନ୍ ପାଇଁ ସମସ୍ତ ଆଇଟି ଉତ୍ପାଦ ଯଥା ଡିଜିଟାଲ ଡିସପ୍ଲେ, ମୋସନ୍ କଣ୍ଟ୍ରୋଲ, ଟଚ୍ ଟେକ୍ନୋଲୋଜି, ହୋମ୍ ଅଟୋମେସନ୍, ସର୍ଭିଲାନ୍ସ ଟେକ୍ନୋଲୋଜି ଏବଂ ଆହୁରି ଅନେକ ଦେଖିବାର ସୁଯୋଗ ପାଇବେ।
ଏହି ୪ ଦିନିଆ ଏକ୍ସପୋ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଦୈନିକ ଭ୍ରମଣ ସମୟ ସକାଳ ୧୦ ଠାରୁ ରାତି ୯ ପଯ୍ୟନ୍ତ ଚାଲିବ। ଏହି ଅବସରରେ ଏକ୍ସପୋ ସମ୍ପର୍କରେ ସୂଚନା ଦେଇ ଆଇଟିଏଓର ସଚିବ ଦେବାଶିଷ ତ୍ରିପାଠୀ କହିଛନ୍ତି ଯେ ଏହା ପ୍ରଥମଥର ପାଇଁ ‘ଡିସ୍କଭର୍ ଅନଲାଇନ୍ ଅଭିଜ୍ଞତା ଅଫ୍ଲାଇନ୍’ ଶୀର୍ଷକରେ ଆୟୋଜିତ ହୋଇଛି, ଯେଉଁଠାରେ ଆପଣ ଅନଲାଇନରେ ଟେକ୍ନୋଲୋଜି ଆବିଷ୍କାର କରିପାରିବେ କିନ୍ତୁ ଏକ୍ସପୋରେ ଆପଣ ଏହାକୁ ଅଫ୍ଲାଇନ୍ ମୋଡ୍ ରେ ଦେଖିପାରିବେ ଏବଂ ଅନୁଭବ କରିପାରିବେ ଏବଂ ଉତ୍ତମ ଡିଲ୍ ପାଇପାରିବେ। ପର୍ଯ୍ୟଟକମାନେ ଆସି ଏକାଧିକ ବ୍ରାଣ୍ଡ୍ ଏବଂ ସେମାନଙ୍କର ବିସ୍ତୃତ ଉତ୍ପାଦ, ସମସ୍ତ ବୟସ ବର୍ଗ ପାଇଁ ଆକର୍ଷଣୀୟ ନିୟୋଜିତ କାର୍ଯ୍ୟକଳାପ ପରିଦର୍ଶନ କରିବାର ସୁଯୋଗ ପାଇବେ।
ଆଇଟି ଏକ୍ସପୋ-୨୦୨୩ ରେ ଏଗ୍ଜିବିଶନ ସ୍ପେସ୍, ଷ୍ଟଲ୍ ସ୍ପେସ୍, ଏକ୍ସପେରିଏନ୍ସ ଜୋନ୍, ଫୁଡ୍ ଜୋନ୍ ଆଦି ରହିବ ବୋଲି ଆଇଟିଏଓର ଅଧ୍ୟକ୍ଷ ଅବିନାଶ ପଟ୍ଟନାୟକ ମତପ୍ରକାଶ କରିଛନ୍ତି। ସେହିଭଳି ଉକ୍ତ ଏକ୍ସପୋକ ବିଭିନ୍ନ ବର୍ଗର ବ୍ୟବସାୟ, ଏମ୍ଏସ୍ଏମ୍ଇ, ଷ୍ଟାର୍ଟଅପ୍, ଉଦ୍ୟୋଗୀ, ସରକାରୀ ବିଭାଗ, ପିଏସ୍ୟୁ ଓ କର୍ପୋରେଶନ ସଂସ୍ଥା, କଲେଜ ଓ ସ୍କୁଲ ଛାତ୍ରୀଛାତ୍ରଙ୍କ ସମେତ ସାଧାରଣ ଜନତାଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନ ରହିବ ବୋଲି ଆଶା କରାଯାଉଛି।
Comments are closed.