Latest Odisha News

BREAKING NEWS

ବିଗିଡିଲା ପାଗ, ଚାଲିଗଲା ୪ ଜୀବନ

ନୂଆଦିଲ୍ଲୀ: ବିଗିଡିଲା ପାଗ । ଚାଲିଗଲା ୪ ଜୀବନ । ଥଣ୍ଡା ହେତୁ ୪ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି । ଉତ୍ତରାଖଣ୍ଡର ଉତ୍ତରକାଶୀ-ଟିହରି ଜନପଦ ସୀମା ନିକଟସ୍ଥ ସହସ୍ତ୍ରାତାଲ ଟ୍ରାକ୍ ରେ ଘଟିଛି ଏଭଳି ଅଭାବାନୀୟ ଘଟଣା । ଏଥିରେ ୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବର୍ତମାନ ମଧ୍ୟ ଉଦ୍ଧାର ଜାରି ରହିଛି ।

ଗତ ମେ’ ୨୯ତାରିଖରେ ୨୨ଜଣିଆ ପର୍ବତାରୋହୀଙ୍କ ଏକ ଟିମ୍‌ ମଲ୍ଲା-ସିଲ୍ଲାରୁ କୁଶ କଲ୍ୟାଣ ବୁଗିଆଲ୍ ଦେଇ ସହସ୍ତ୍ରାତାଲ ଟ୍ରେକିଂ କରିବା ପାଇଁ ଯାତ୍ରା ଆରମ୍ଭ କରିଥିଲେ। ଜୁନ୍ ୨ରେ ଏହି ଟିମ୍ ସହସ୍ତ୍ରାତାଲର କୋଖଲି ଟପ୍ ବେସ୍ କ୍ୟାମ୍ପରେ ପହଞ୍ଚିଥିଲେ। ଏବଂ ଜୁନ୍ ୩ରେ ଏହି ଟିମ୍‌ ସହସ୍ତ୍ରାତାଲ ଅଭିମୁଖେ ବାହାରିଥିଲେ ।

ସେମାନଙ୍କର ଜୁନ୍‌ ୭ତାରିଖରେ ଫେରିବାର କାର୍ଯ୍ଯକ୍ରମ ଥିଲା । ହେଲେ ସେଠାରେ ହଠାତ୍ ପାଗ ବିଗିଡିବା , ଘନ କୁହୁଡି ଏବଂ ତୁଷାରପାତ ମଧ୍ୟରେ ଟ୍ରାକରମାନେ ଫସି ଯାଇଥିଲେ। ଯାହା ସେମାନଙ୍କ ପାଇଁ କାଳ ସାଜିଥିଲା ।  ଅଧିକ ଥଣ୍ଡା ହେତୁ ଚାରିଜଣ ଟ୍ରାକରଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣଙ୍କୁ ଉଦ୍ଧାର କରାଯାଇଛି । ଉତ୍ତରକାଶୀ ଜିଲ୍ଲାପାଳ ମେହେରବାନ ସିଂ ବିଶଟ୍ ସୂଚନା ଅନୁସାରେ, ଫସିଥିବା ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।

Leave A Reply

Your email address will not be published.