Latest Odisha News

BREAKING NEWS

କଟକ ଏସସିବି ମେଡିକାଲରେ ପହଞ୍ଚିଲା ଆଉ ୪ଟି ଏକ୍‌ମୋ ମେସିନ

କଟକ : କଟକ ଏସସିବି ମେଡିକାଲରେ ପହଞ୍ଚିଲା ଆଉ ୪ଟି ଏକ୍‌ମୋ ମେସିନ । ଏହାକୁ ମିଶାଇ ତିନୋଟି ପର୍ଯ୍ୟାୟରେ ପହଞ୍ଚିଛି ମୋଟ ୯ଟି ଏକମୋ ମେସିନ । ଏଥିପାଇଁ ବୈଷୟିକ ଟିମ୍‌କୁ ଚୟନ କରାଯାଇଛି । ଏହି ବୈଷୟିକ ଟିମକୁ ପ୍ରଶିକ୍ଷଣ ପାଇଁ କୋଲକାତା ପଠାଯାଇଛି । ଅଗଷ୍ଟ ୧୫ ତାରିଖରେ ଏହି ଏକମୋ ମେସିନକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକମୋ ମେସିନ ସେବା କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟରେ ଗୁରୁତର ରୋଗୀ ଏକମୋ ଚିକିତ୍ସା ପାଇପାରିବେ ।

ଅନ୍ୟପଟେ ଭିମସାରରେ ମଧ୍ୟ ଖୁବଶୀଘ୍ର ଏକମୋ ମେସିନ ସେବା ଆରମ୍ଭ ହେବ । ଭିମସାରରେ କାର୍ଡିଓଥୋରାସିସର ଭିତ୍ତିଭୂମୀ ନିର୍ମାଣଧୀନ ଅଛି । ଏହା ସଂପୂର୍ଣ୍ଣ ହେଲେ, ସେବା ଆରମ୍ଭ ହେବ । ସେହିପରି ରାଉରକେଲାରେ କିଛି ଦିନ ମଧ୍ୟରେ ଏକମୋ ସେବା ଆରମ୍ଭ ହେବାର ରହିଛି । ମାନବ ସମ୍ବଳ ଓ ଭିତ୍ତିଭୂମି ନିର୍ମାଣ ଶେଷ ହେଲେ ଏହି ଚିକିତ୍ସା ମିଳିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

Comments are closed.