Latest Odisha News

BREAKING NEWS

ଭାରସାମ୍ୟ ହରାଇ କାନ୍ଥରେ ପିଟି ହେଲା କାର୍‌, ଚାଲିଗଲା ୪ ଜୀବନ

କଟକ: କୁହୁଡି ହେଲା କାଳ । ବିବାହ ଭୋଜି ଖାଇ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା । ଏକାଥରକେ ଚାଲିଗଲା ୪ ସାଙ୍ଗଙ୍କ ଜୀବନ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ଥାନା ଅଧୀନ ଗଦାଧରପୁର ଗାଁ ନିକଟରେ ।

ଖବର ଅନୁଯାୟୀ, ଗତକାଲି ଏକ ବିବାହ ଭୋଜିରେ ଯୋଗଦେବାକୁ କାର ଯୋଗେ ଯାଇଥିଲେ ୪ ଜଣ ସାଙ୍ଗ । ସେଠାରୁ ବିଳମ୍ବିତ ରାତିରେ ଫେରୁଥିବା ସମୟରେ ଘନ କୁହୁଡି କାରଣରୁ କାର୍‌ଟି ଭାରସାମ୍ୟ ହରାଇ ଏକ କାନ୍ଥରେ ପିଟି ହୋଇଥିଲା । ଫଳରେ କାର୍‌ରେ ଥିବା ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି ।

ମୃତକମାନଙ୍କ ମଧ୍ୟରେ ଜଣଙ୍କ ଘର ବାଙ୍କି ହରିରାଜପୁରର ହୋଇଥିବା ବେଳେ ଜଣଙ୍କ ଘର ବାଙ୍କି ପାଳପୁଟର, ଜଣଙ୍କ ଘର ବଡମ୍ବା ଓ ଅନ୍ୟ ଜଣଙ୍କ ଘର ଖଜୁରିପଦା ଗାଁରେ ବୋଲି ଜଣାପଡିଛି ।

ଦୁର୍ଘଟଣା ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ତିଗିରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି । ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି ।

 

Leave A Reply

Your email address will not be published.