ଅନୁଗୁଳ: ପ୍ରବଳ ବର୍ଷା କାରଣରୁ ରେଙ୍ଗାଲି ଜଳଭଣ୍ଡାର ମୋଟ ୪ ଟି ଗେଟ ଖୋଲାଯାଇଛି। ସେହିପରି ତଳ ମୁଣ୍ଡରେ ସମଲ ବ୍ୟାରେଜ ର ମଧ୍ୟ ୧୩ ଟି ଗେଟ ଖୋଲା ଯାଇଛି ।
ରେଙ୍ଗାଳିରେ ପୂର୍ବରୁ ୩ ଟି ଗେଟ ଖୋଲା ଥିଲା । ଲଗାଣ ବର୍ଷା ଫଳରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାକୁ ଦୃଷ୍ଟିରେ ରଖି ରେଙ୍ଗାଲିରେ ଆଉ ଗୋଟିଏ ଗେଟ ଖୋଲା ଯାଇଥିବା ସୂଚନା ମିଳିଛି ।
ରେଙ୍ଗାଲି ଜଳ ଭଣ୍ଡାରର ଜଳ ସ୍ତର ୧୨୨.୮ ମିଟର ଥିଲାବେଳେ ୪ ଟି ଗେଟ ମାଧ୍ୟମରେ ତଳ ମୁଣ୍ଡକୁ ୭୬୧୩ କ୍ୟୁସେକ ଜଳ ନିଷ୍କାସନ ହେଉଛି। ସେହିପରି ସମଲ ବ୍ୟାରେଜ ର ୧୩ ଟି ଗେଟ ମାଧ୍ୟମରେ ତଳ ମୁଣ୍ଡକୁ ୮୧୦୦ କ୍ୟୁସେକ ଜଳ ନିଷ୍କାସନ ହେଉଥିବା ସୂଚନା ମିଳିଛି ।
Comments are closed.