Latest Odisha News

ବାଘ ଆକ୍ରମଣରେ ୪ ଗୁରୁତର

ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ବାଘ ଆତଙ୍କ । ବାଘ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର । ସମସ୍ତ ଗୁରୁତରଙ୍କୁ ପ୍ରଥମେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଆହତ ମହିଳା ଜଣଙ୍କ ହେଉଛନ୍ତି ସତ୍ୟଭାମା ନାୟକ । ଆଜି ସକାଳେ ସତ୍ୟଭାମା ତାଙ୍କ ପୁଅ ରାଧାକାନ୍ତ ଓ ସ୍ବାମୀ ଗଣନାଥଙ୍କ ସହ ଘର ନିକଟସ୍ଥ ବାଡ଼ିରେ କାମ କରୁଥିବା ସମୟରେ ହଠାତ୍ ଗୋଟେ ବାଘ ତାଙ୍କୁ ଆକ୍ରମଣ କରିଥିଲା। ବାଘ ଆକ୍ରମଣରେ ସତ୍ୟଭାମାଙ୍କର ଚିତ୍କାର ଶୁଣି ତାଙ୍କ ନିକଟକୁ ଯାଇଥିଲେ ସ୍ଵାମୀ ଓ ପୁଅ । କିନ୍ତୁ ବାଘଟି ସେଠାରୁ ଗ୍ରାମଭିତରକୁ ପଳାଇଥିଲା। ଖବରପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ନିକଟରେ ଥିବା ଏକ ବଣରେ ବାଘକୁ ଖୋଜାଖୋଜି କରୁଥିଲେ। ଏହି ସମୟରେ ବାଘଟି ପୁନର୍ବାର ସତ୍ୟଭାମାଙ୍କ ଘରକୁ ଆସି ତାଙ୍କ ପୁଅ ରାଧାକାନ୍ତଙ୍କ ସହ ସେଠାରେ ଉପସ୍ଥିତ ଥିବା ଟଙ୍କଧର କେସି ଓ ଅନ୍ୟଜଣକୁ ଆକ୍ରମଣ କରି ପୁନର୍ବାର ଚାଲି ଯାଇଥିଲା । ତେବେ ବାଘ ଆକ୍ରମଣରେ ଆହତ ୪ଜଣଙ୍କୁ ପ୍ରଥମେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି । ସେପଟଏ ଉକ୍ତ ଘଟଣାପରେ ଏବେ ଗ୍ରାମରେ ଭୟ ଓ ଆତଙ୍କ ଖେଳି ଯାଇଛି ।

Comments are closed.