ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ରେମୁନାରେ ଥିବା ଜଣେ ବିଜେଡି କାଉନସିଲରଙ୍କ ଘରୁ ଶନିବାର ଦିନ ଏକ ଚାରି ମାସର ଶିଶୁପୁତ୍ର ଉଦ୍ଧାର କରାଯାଇଛି। ଶିଶୁଟିକୁ ବେଆଇନ ଭାବେ ସେଠାରେ ରଖାଯାଇଥିବା ଅଭିଯୋଗ ହୋଇଥିଲା।
ସୂତ୍ରରୁ ପ୍ରକାଶ ଯେ ରେମୁନାରେ ୱାର୍ଡ ନମ୍ବର ୧୧ର ବିଜେଡି କାଉନସିଲରଙ୍କ ଘରୁ ଚାଇଲ୍ଡ ଲାଇନ ଅଧିକାରୀମାନେ ଶିଶୁଟିକୁ ଉଦ୍ଧାର କରିଥିଲେ। କାଉନସିଲରଙ୍କ ଝିଅ ଶିଶୁଟିକୁ ବେଆଇନ ଭାବରେ ଲୁଚାଇ ରଖିଥିବା ଅଭିଯୋଗ ହୋଇଥିଲା।
ପୂର୍ବତନ ସରପଞ୍ଚଙ୍କ ଅଭିଯୋଗକୁ ଭିତ୍ତି କରି ଶିଶୁକୁ ଉଦ୍ଧାର କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.