Latest Odisha News

BREAKING NEWS

ଗଞ୍ଜାମରେ ୪ ପୋଲିସ କର୍ମୀ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗଞ୍ଜାମରେ ୪ଜଣ ପୋଲିସ କର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

BjdElectrycity

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ବ୍ରିଜେଶ କୁମାର ।

ସେମାନେ ସମସ୍ତେ ଚିକିତ୍ସିତ ହେଉଥିବା ବେଳେ ଏସପି ଆକ୍ରାନ୍ତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିବା ନେଇ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

ସେହିପରି ଗତ ଜୁନ୍ ୧୩ ତାରିଖରେ ୧୦୮ ଜଣ ଆଗଧାଡିର କରୋନା ଯୋଦ୍ଧା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ନେଇ ଜିଲ୍ଲାପାଳଙ୍କ ଟ୍ୱିଟରୁ ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୬୧୪ଟି ପଜିଟିଭ କେସ୍ ରହିଛି । ଏହାଛଡା ୧୯୮୦ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୪୬୦୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଛଡା ୨୧ ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.