Latest Odisha News

BREAKING NEWS

ରାଜ୍ୟରୁ ଆଉ ୪ ଜୀବନ ନେଲା ମହାମାରୀ, ମୋଟ୍ ମୃତ୍ୟୁସଂଖ୍ୟା ୧, ୮୧୧

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ମୃତ୍ୟୁସଂଖ୍ୟାକୁ ବି ନିୟନ୍ତ୍ରଣରେ ଆଣିଛି ଓଡ଼ିଶା । ଡେଥ୍ କେସ୍ ବଢୁଥିଲେ ବି ଦୈନିକ ମୃତ୍ୟୁସଂଖ୍ୟା ପୂର୍ବ ଅପେକ୍ଷା ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୪ ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ଦୁଇ ଜଣ ମହିଳା ଓ ଦୁଇ ଜଣ ପୁରୁଷ ।

୪ଟି ଜିଲ୍ଲାର ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଭୁବନେଶ୍ୱରରୁ ଜଣେ ୬୫ବର୍ଷୀୟ ମହିଳା କରୋନାରେ ଆଖି ବୁଜିଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲାରେ ଜଣେ ୩୨ବର୍ଷୀ ଯୁବକଙ୍କ ଜୀବନ ଯାଇଛି । ଗଞ୍ଜାମ ଜିଲ୍ଲାରେ ଜଣେ ୬୦ବର୍ଷୀୟ ଓ ଝାରସୁଗୁଡ଼ାରେ ଜଣେ ୭୩ବର୍ଷୀୟ ବୃଦ୍ଧ ଆଖି ବୁଜିଛନ୍ତି । ରାଜ୍ୟରେ କରୋନା ଜନତି ମୃତ୍ୟୁସଂଖ୍ୟା ୧ହଜାର ୮୧୧କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.