Latest Odisha News

BREAKING NEWS

ରାଉରକେଲାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ରବିବାର ଦିନ ୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।

ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତମାନେ କ୍ୱାରେନଣ୍ଟାଇନ୍ ସେଣ୍ଟରର । ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ଯଥାକ୍ରମେ ମହାରାଷ୍ଟ୍ର, ହରିୟାଣା ଓ ଝାଡଖଣ୍ଡ ଫେରନ୍ତା ବୋଲି ଜଣାପଡିଛି । ସେମାନେ ଲାଠିକଠା ସିଂହର ଟିଏମସି (ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର), କୁଆଁରମୁଣ୍ଡାର ଝୁମୁର ଟିଏମସି ଓ ହେମଗିରିର ଏନଟିପିସି ଡୁଲୁଙ୍ଗା କ୍ୱାରେଣ୍ଟାଇନରେ ରହିଥିଲେ ।

ଆହୁରି ମଧ୍ୟ ଅନ୍ୟଜଣେ ରାଉରକେଲାର ବିପିୟୁଟି କ୍ୱାରେନଣ୍ଟାଇନ୍ ସେଣ୍ଟରରୁ ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୧୮୫ କରୋନା ମାମଲା ରହିଥିବା ବେଳେ ୧୪୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାଛଡା ୪୦ଟି ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.