Latest Odisha News

ବିଜେପିର ୪ ଜଣ ନେତାଙ୍କୁ ମିଳିଲା ନୂତନ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା ବିଜେପିର ୪ ଜଣ ବରିଷ୍ଠ ନେତାଙ୍କୁ ନୂତନ ଦାୟିତ୍ୱ ଅର୍ପଣ କରାଯାଇଛି ।

ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସୁଶାନ୍ତ ମିଶ୍ରଙ୍କୁ ରାଜ୍ୟ ସମ୍ପାଦକ, ଉରକୁଳ ତାଣ୍ଡିଙ୍କୁ ଅନୁସୁଚିତ ଜାତି ମୋର୍ଚ୍ଚାର ରାଜ୍ୟ ଉପସଭାପତି, ତିଳୋତମା ନାୟକଙ୍କୁ ରାଜ୍ୟ ମହିଳା ମୋର୍ଚ୍ଚାର ଉପ ସଭାନେତ୍ରୀ ଭାବେ ନୂତନ ଦାୟିତ୍ୱ ଅର୍ପଣ କରାଯାଇଛି ।

ସେହିପରି ଶିଶିର ମିଶ୍ରଙ୍କୁ ହିଜିଂଳି ନିର୍ବାଚନ ମଣ୍ଡଳିର ସଂଯୋଜକ ଭାବେ ରାଜ୍ୟ ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡା ଘୋଷଣା କରିଛନ୍ତି ବୋଲି ଏକ ପ୍ରେସ ବିବୃତିରେ ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Comments are closed.