Latest Odisha News

BREAKING NEWS

ତାମିଲନାଡୁରେ ବୀଭତ୍ସ ହତ୍ୟାକାଣ୍ଡ: ଗୋଟିଏ ପରିବାରର ଚାରି ଜଣଙ୍କୁ ହତ୍ୟା କଲେ ନିଶାସକ୍ତ ଯୁବକ

ଚେନ୍ନାଇ: ନିଶାସକ୍ତ ଯୁବକଙ୍କ ଉନ୍ମତକାଣ୍ଡ । ମଦ୍ୟପାନ କରିବାକୁ ମନା କରିବାରୁ ଗୋଟିଏ ପରିବାରର 4ଜଣଙ୍କୁ କଲେ ହତ୍ୟା । ଏଭଳି ହତ୍ୟାକାଣ୍ଡ ଘଟିଛି ତାମିଲନାଡୁର ତିରିପୁରରେ । ୪ ମୃତକ ହେଉଛନ୍ତି ସେଣ୍ଟିଲ କୁମାର, ମୋହନ କୁମାର, ପୁଷ୍ପାବତୀ ଓ ରାଥିନାମ୍ବଲ । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଜଣାପଡିଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିବା ସହ ମୃତଦେହକୁ ପୋଷ୍ଟମଟମ ପାଇଁ ପଠାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ମୃତ ସେଣ୍ଟିଲ କୁମାରଙ୍କର ଏକ ଖାଲି ଥିବା ଘରେ କିଛି ଲୋକ ଏକାଠି ହୋଇ ମଦ୍ୟପାନ କରୁଥିଲେ । ଏହି ସମୟରେ ସେଣ୍ଟିଲ କୁମାର ସେମାନଙ୍କୁ କାହିଁକି ଏଠାରେ ମଦ୍ୟପାନ କରୁଛ ବୋଲି ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ନିଶାସକ୍ତ ଅବସ୍ଥାରେ ବ୍ୟକ୍ତି ଜଣଙ୍କ ଏକ ଧାରୁଆ ଅସ୍ତ୍ରରେ ସେଣ୍ଟିଲଙ୍କୁ ଆକ୍ରମଣ କରିଥିଲେ । ଏହି ସମୟରେ ତାଙ୍କ ପରିବାର ଲୋକେ ସେଣ୍ଟିଲଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଫଳରେ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ପାଲ୍ଲାଡାମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ତେବେ ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ହତ୍ୟାକାଣ୍ଡରେ କେତେ ଜଣ ସମ୍ପୃକ୍ତ ଅଛନ୍ତି ତାହା ଅସ୍ପଷ୍ଟ ରହିଥିବା ବେଳେ ଜଣଙ୍କୁ ଗିରଫ କରିଛି ପୋଲିସ ।

 

Comments are closed.