ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମରେ ସହର ଉପକଣ୍ଠ ୪ଟି ଗ୍ରାମ ମିଶ୍ରଣ ନେଇ ଆଶା ସଞ୍ଚାର ହୋଇଛି। ଶୁକ୍ରବାର ଏନେଇ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ତରଫରୁ ନୋଟିଫିକେସନ୍ ଜାରି ହୋଇଛି। ମିଶ୍ରଣ ହେବାକୁ ଥିବା ଗ୍ରାମଗୁଡ଼ିକ ହେଲା କୁକୁଡ଼ାଖଣ୍ଡି ବ୍ଲକର ଲୋଚାପଡ଼ା ଗ୍ରାମ, ରଙ୍ଗେଇଲୁଣ୍ଡା ବ୍ଲକର ବଡ଼କୁସସ୍ଥଳୀ ପଞ୍ଚାୟତର ସାନକୁସସ୍ଥଳୀ ଗ୍ରାମ ଏବଂ ଗଉଞ୍ଜୁ ପଞ୍ଚାୟତର ବ୍ରହ୍ମାପଲ୍ଲୀ ଗ୍ରାମ ଓ ଗୋଳାବନ୍ଧ ପଞ୍ଚାୟତର ଗୋଳାବନ୍ଧ ଗ୍ରାମ। ଏହି ଅଞ୍ଚଳର ଯେଉଁ ବ୍ୟକ୍ତିମାନେ ପ୍ରଭାବିତ ହେବାର ସମ୍ଭବନା ରହିଛି, ସେହି ବ୍ୟକ୍ତିମାନଙ୍କ ଠାରୁ ୩୦ ଦିନ ଭିତରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ଜିଲା ମାଜିଷ୍ଟ୍ରେଟ୍ଙ୍କ ଜରିଆରେ ଲିଖିତ ଆପତ୍ତି ଓ ପରାମର୍ଶଗୁଡ଼ିକ ଆହ୍ବାନ କରାଯାଇଛି। ଯେଉଁ ଆପତ୍ତି ଓ ପରାମର୍ଶଗୁଡ଼ିକ ଉପରୋକ୍ତ ସମୟ ମଧ୍ୟରେ ମିଳିବ, ସେଗୁଡ଼ିକ ରାଜ୍ୟ ସରକାର ବିଚାର କରିବେ ବୋଲି ଏହି ନୋଟିଫିକେସନ୍ରେ ଉଲ୍ଲେଖ ରହିଛି। ପୌର ପ୍ରଶାସନ ନିର୍ଦେଶକ ସଂଗ୍ରାମଜିତ ନାୟକଙ୍କ ତରଫରୁ ଏହି ଅଧିସୂଚନା ଜାରି କରାଯାଇଛି।
ଏଠାରେ ସୂଚନା ଯୋଗ୍ୟ ଯେ, ମହାନଗର ନିଗମର ପାର୍ଶ୍ବବର୍ତ୍ତି ୧୮ଟି ପଞ୍ଚାୟତକୁ ବିଏମ୍ସିରେ ସାମିଲ କରିବା ପାଇଁ ୨୦୦୮ ମସିହାରେ ଗେଜେଟ୍ ନୋଟିଫିକେସନ ପ୍ରକାଶ ପାଇଥିଲା। କିନ୍ତୁ ଏହାର ପରବର୍ତ୍ତି ସମୟରେ ଆଉ କାର୍ଯ୍ୟକାରୀ କରାଗଲା ନାହିଁ। ତେବେ ଉପରୋକ୍ତ ୪ଟି ଗ୍ରାମ ବିଏମ୍ସିରେ ମିଶ୍ରଣ ପାଇଁ ଗାଁ ସଭାରେ ରିଜୋଲ୍ୟୁସନ୍ କରିଥିଲେ। ତଥାପି ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ଗ୍ରହଣ କଲେ ନାହିଁ। ଯାହା ଫଳରେ ସହର ତଳି ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ୨୦୨୧ ଡିସେମ୍ବର ୧୨ ତାରିଖରେ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରାଯାଇଥିଲା। ଜାନୁୟାରୀ ୧୧ ତାରିଖରେ ହାଇକୋର୍ଟ ରାୟ ପ୍ରକାଶ କରି ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନସ୍ଥ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ମହାନଗର ନିଗମରେ ସାମିଲ ନେଇ ଇଚ୍ଛା ଜାହିର କରି ସଂକଳ୍ପ ପାସ କରିଥିବା ଉପରୋକ୍ତ ୪ଟି ଗ୍ରାମକୁ ମିଶ୍ରଣ ନେଇ ତିନି ମାସ ମଧ୍ୟରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ଏହାକୁ ରାଜ୍ୟ ସରକାର ପାଳନ କରିନଥିଲେ। ଏଣୁ ଅଗଷ୍ଟ ୨୪ ତାରିଖରେ ଅଦାଲତ ଅବମାନନା ନେଇ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ କରାଯାଇଥିଲା। ସେପ୍ଟେମ୍ବର ୨୬ ତାରିଖରେ ଏହି ମାମଲାର ରାୟ ପ୍ରକାଶ ପାଇଥିଲା। ମାସେ ଭିତରେ ପୂର୍ବ ନିର୍ଦେଶ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଥିଲେ। ଅନ୍ୟପଟେ ସହର ତଳି ମିଳିତ କ୍ରିୟାନୁଷ୍ଠାନ ତରଫରୁ ଏହି ପଦକ୍ଷେପକୁ ସ୍ବାଗତ କରାଯାଇଛି। ସଭାପତି ସଞ୍ଜିବ କୁମାର ପଟ୍ଟନାୟକ କହିଛନ୍ତି ଯେ, ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରିଛନ୍ତି। ସମସ୍ତ ସହର ତଳି ଅଞ୍ଚଳ ମିଶ୍ରଣ ପର୍ଯ୍ୟନ୍ତ କମିଟିର ଲଢ଼େଇ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି।
BREAKING NEWS
- ଡିସେମ୍ବର ୩୧ ଓ ନୂଆ ବର୍ଷ ପାଇଁ ପୁରୀରେ ଟ୍ରାଫିକ କଟକଣା…
- ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ; ୩ ଦିନରେ ୫.୧୮ କୋଟିର ବେଆଇନ ମାଦକ ଦ୍ରବ୍ୟ ଜବତ
- ମେଲବୋର୍ଣ୍ଣ ପିଚକୁ ମିିଳିଲା ଡିମେରିଟ ପଂଏଟ
- ‘ଦି ରାଜା ସାବ’ ଟ୍ରେଲର ରିଲିଜ; ଫ୍ୟାନ୍ସଙ୍କୁ ପସନ୍ଦ ଆସୁଛି ଜୋକର…
- କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ନ୍ୟୁଜିଲାଣ୍ଡର ଏହି ଅଲରାଉଣ୍ଡର
- ଭୋଜିରେ ରାଇତା ଖାଇ ହଟହଟା; ରାବିଜ୍ ଟୀକା ନେବାକୁ ହସ୍ପିଟାଲ୍ ଦୌଡିଲେ ୨୦୦ରୁ ଅଧିକ ଲୋକ
- ଗଣତନ୍ତ୍ର ଦିବସ: କର୍ତ୍ତବ୍ୟ ପଥରେ ଗଡିବ ଓଡ଼ିଶା ପ୍ରଜ୍ଞାପନ ମେଢ଼
- ବିଜୟ ହଜାରେ ଟ୍ରଫି: ଗୋବିନ୍ଦଙ୍କ ଅଲରାଉଣ୍ଡ ପ୍ରଦର୍ଶନ, ଆନ୍ଧ୍ରକୁ ହରାଇଲା ଓଡିଶା
- ଦୁବାଇରେ ମଶା ଆତଙ୍କ, ସରକାର ଦେଲେ ଟିପ୍ସ…
- Public Grievance: ଏହି ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
Comments are closed.