ବ୍ରହ୍ମପୁର; ବ୍ରହ୍ମପୁର ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲରେ ଦଲାଲ୍ ରାଜ୍ କମିନାହିଁ। ଡାକ୍ତର ପରିଚୟ ଦେଇ ରୋଗୀଙ୍କୁ ଘରୋଇ ନର୍ସିଂହୋମ୍ ଏବଂ ନିଦାନ କେନ୍ଦ୍ରକୁ ଟାଣୁଥିବା ଜଣେ ଯୁବକଙ୍କୁ ଶୁକ୍ରବାର ଧରିଛି ପୋଲିସ। ତାଙ୍କୁ ବୈଦ୍ୟନାଥପୁର ଥାନାରେ ଅଟକ ରଖାଯାଇ ପଚରାଉଚରା ଚାଲିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଜଣେ ଯୁବକ ନିଜ ବେକରେ ଏକ ପରିଚୟ ପତ୍ର ପକାଇ ବିଭିନ୍ନ ୱାର୍ଡରେ ବୁଲାବୁଲି କରୁଥିଲେ। ଜଣେ ରୋଗୀଙ୍କୁ ଧରି ସେ ଅସ୍ଥିଶଲ୍ୟ ବିଭାଗର ଇନଡୋରକୁ ଧରି ଯାଉଥିଲେ। କୌଣସି ବିଷୟକୁ ନେଇ ଜଣେ କର୍ମଚାରୀଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଘଟଣାସ୍ଥଳରେ ସୁରକ୍ଷା କର୍ମଚାରୀ ପହଞ୍ଚିଥିଲେ। ଯୁବକ ଜଣଙ୍କ ନିଜ ବେକରେ ଏକ ପରିଚୟପତ୍ର ଝୁଲାଇଥିବାରୁ ସୁରକ୍ଷା କର୍ମୀମାନେ ତାଙ୍କ ପରିଚୟ ପଚାରିଥିଲେ। ପରିଚୟପତ୍ରରେ ଡାକ୍ତର ଦୀପକ କୁମାର ନାହାକ ବୋଲି ଲେଖା ହୋଇଥିଲା। ସେହିପରି ବର୍ହିବିଭାଗ ସୁପରଭାଇଜର ବୋଲି ତାଙ୍କ ପଦବୀ ଲେଖାଥିଲା। ପରିଚୟପତ୍ରରେ ଯେଉଁ ପଦବୀ ଲେଖା ହୋଇଛି, ମେଡ଼ିକାଲରେ ସେମିତି କୌଣସି ପଦବୀ ନାହିଁ। ଯୁବକଙ୍କ ବୟସ ଓ ଚେହେରାରୁ ଡାକ୍ତର ଭଳି ଦେଖା ଯାଉନଥିଲେ। ସୁରକ୍ଷାକର୍ମୀମାନେ ସନ୍ଦେହରେ ମେଡ଼ିକାଲ ଫାଣ୍ଡି ପୋଲିସକୁ ଖବର ଦେଇଥିଲେ। ପୁଲିସ ଦୀପକଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ଘର ସାନଖେମୁଣ୍ଡିରେ ହୋଇଥିବା ବେଳେ ସେ ଜଣେ ଡିପ୍ଲୋମା ଇଞ୍ଜିନିୟରିଂ ଛାତ୍ର ବୋଲି କହିଥିଲେ। ପରିଚୟ ପତ୍ରକୁ କୋର୍ଟପେଟା ଛକ ନିକଟସ୍ଥ ଏକ ଦୋକାନରୁ ୮୦ ଟଙ୍କାରେ ତିଆରି କରିଥିବା କହିଥିଲେ। ତାଙ୍କ କଥାରେ ତାଳମେଳ ରହୁନଥିବାରୁ ସେ କୌଣସି ଘରୋଇ କ୍ଲିନିକ କିମ୍ବା ଡାଏଗ୍ନୋଷ୍ଟିକ ସେଣ୍ଟର ପାଇଁ ଦଲାଲି କରୁଥିବା ନେଇ ପୋଲିସ ସନ୍ଦେହ କରିଥିଲା। ତାଙ୍କୁ ଅଟକ ରଖି ପଚରାଉଚରା ଚାଲିଥିବା ସୂଚନା ମିଳିଛି।
BREAKING NEWS
- ସାହାରା ମରୁଭୂମିରୁ ମିଳିଥିବା ଗୋଲାପୀ ପଥର ମଙ୍ଗଳ ଗ୍ରହର
- ଫୁଟବଲ୍ ଜଗତରେ ଶୋକର ଛାୟା: ଗୋଲକିପରଙ୍କ ସହ ଧକ୍କା ହୋଇ ସ୍ପେନିସ୍ ଫୁଟବଲର ଜିସସ ଡି ମିଗୁଏଲଙ୍କ ପରଲୋକ
- ଦେଶର ପ୍ରତିରକ୍ଷା ଶକ୍ତି ହେଲା ଆହୁରି ମଜବୁତ; ଚାନ୍ଦିପୁରରୁ ସଫଳତାର ସହିତ ପରୀକ୍ଷଣ ହେଲା ଅତ୍ୟାଧୁନିକ କ୍ଷେପଣାସ୍ତ୍ର
- ରନୱେରେ ହାଇଡ୍ରାମା: ମୁମ୍ବାଇ ଏୟାରପୋର୍ଟ ଟାରମାକ୍ରେ ଶୋଇଗଲେ ଅଭିନେତ୍ରୀ ବିଜୟ ଲକ୍ଷ୍ମୀ ମାଲ୍ୟା, ଜାଣନ୍ତୁ କାହିଁକି..
- ଚିନ୍ତା ବଢାଉଛି ବାୟୁ ପ୍ରଦୂଷଣ; ରାଜ୍ୟର ପ୍ରମୁଖ ସ୍ଥାନରେ ଲାଗିବ ପରିବେଶ ପ୍ରଦୂଷଣ ମନିଟରିଂ ସିଷ୍ଟମ୍
- ଗିଡ଼ିବାପାଲି ଭୂସ୍ଖଳନ: ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ, ମାଟି ତଳେ ଚାଲିଛି ଜୀବନ ଖୋଜା
- ବଲିଉଡକୁ ଗ୍ୟାଙ୍ଗଷ୍ଟର ଭୟ, ତୁଷାର କପୁରଙ୍କୁ ୫କୋଟି ଦାବି କରି ଧମକ୍
- ୬ ବର୍ଷ ପରେ ନ୍ୟୁଜିଲାଣ୍ଡରେ ଏକାଠି ଖେଳିବେ ରୋହିତ-ବିରାଟ
- ଭାରତ-ପାକିସ୍ତାନ ମ୍ୟାଚ : ୱାନଡେ ୱାର୍ଲ୍ଡ କପ୍ ପାଇଁ ସିଟ୍ ୩୪ ହଜାର, ଆବେଦନ ୮୪ ଲକ୍ଷ
- ଅନ୍ତର୍ଜାତୀୟ କ୍ରିକେଟକୁ ଗ୍ଲେନ୍ ମାକ୍ସୱେଲଙ୍କ ବାଏ ବାଏ, ପୂର୍ବରୁ ଦିନିକିଆ ଏବେ ଟି-୨୦ରୁ ନେଲେ ସନ୍ନ୍ୟାସ
Comments are closed.