Latest Odisha News

BREAKING NEWS

ଭାରତରୁ ଧରାହେଲେ ଶ୍ରୀଲଙ୍କାର ୪ ISIS ଆତଙ୍କବାଦୀ, ବୋମା ପକାଇ ଉଡାଇ ଦେବାର ଦେଉଥିଲେ ଧମକ

ଅହମ୍ମଦାବାଦ: ଗୁଜୁରାଟ ବିମାନବନ୍ଦରରୁ ଧରାହେଲେ ୪ ଶ୍ରୀଲଙ୍କୀୟ ସନ୍ଦିଗ୍ଧ ଆତଙ୍କବାଦୀ । ଅହମ୍ମଦାବାଦ ବିମାନବନ୍ଦରକୁ ଉଡାଇଦେବାର ଧମକ ଦେଇଥିଲେ । ଆଜି ବିମାନବନ୍ଦରରୁ ଗିରଫ କଲା ଆଣ୍ଟି ଟେରର ସ୍କ୍ବାଡ ବା ଏଟିଏସ ।

ଗୁଜୁରାଟ ଅହମ୍ମଦାବାଦ ବିମାନବନ୍ଦରରୁ ଆଜି ୪ ସନ୍ଦିଗ୍ଧ ISIS ଆତଙ୍କବାଦୀଙ୍କୁ ଗିରଫ କରିଛି ଗୁଜୁରାଟର ଏଟିଏସ । କିଛି ଦିନ ତଳେ ଅହମ୍ମଦାବାଦ ବିମାନବନ୍ଦରକୁ ବୋମା ପକାଇ ଉଡାଇଦେବା ପାଇଁ ଧମକ ଦେଇଥିଲେ । ତେବେ ଗିରଫ ହୋଇଥିବା ଆତଙ୍କବାଦୀ ଶ୍ରୀଲଙ୍କାର ନାଗରିକ ବୋଲି କୁହାଯାଉଛି । ଏନେଇ କିଛି ସ୍ପଷ୍ଟ ସୂଚନା ନମିଳିଥିଲେ ମଧ୍ୟ ଅଧିକ ତଦନ୍ତ ଜାରି ରଖିଛି ଗୁଜୁରାଟ ପୋଲିସ ।

ସୂଚନାଯୋଗ୍ୟ, ଗତ ମେ ୧୨ ରେ ଅହମ୍ମଦାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନମନ୍ଦରକୁ ଉଡାଇଦେବାକୁ ବୋମା ଧମକ ଆସିଥିଲା । ପରେ ସୁରକ୍ଷାକର୍ମୀ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସେପରି ସନ୍ଦେହ ଜନକ କିଛି ମିଳିନଥିଲା ।

Leave A Reply

Your email address will not be published.