ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ଥିବା ଛାତ୍ରୀନିବାସ ପରିସରରେ ୧୨ଟି କୁକୁରର ଗୋଡ଼ ଓ ମୁହଁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ପିଅନ ଏବଂ ୩ ଜଣ ସୁରକ୍ଷା କର୍ମୀଙ୍କୁ ପରିବର୍ତ୍ତି ଆଦେଶ ପର୍ଯ୍ୟନ୍ତ କାର୍ଯ୍ୟରୁ ଅନ୍ତର କରାଯାଇଛି। କୁକୁରକୁ ବନ୍ଧା ଯିବା ଘଟଣା ସାମ୍ନାକୁ ଆସିବା ପରେ କୁଳପତି ପ୍ରଫେସର ଗିତାଞ୍ଜଳୀ ଦାସଙ୍କ ପକ୍ଷରୁ ଏହାକୁ ଗୁରୁତର ସହ ନିଆଯାଇଥିଲା । ତଥ୍ୟ ଅନୁସନ୍ଧାନ ନିମନ୍ତେ ଏକ ତିନି ଜଣିଆ କମିଟି ଗଠନ କରାଯାଇଥିଲା।କମିଟି ପକ୍ଷରୁ ଗୁରୁବାର ରିପୋର୍ଟ ପ୍ରଦାନ ପରେ କୁଳପତି ଦାସଙ୍କ ପକ୍ଷରୁ ଛାତ୍ରୀ ନିବାସରେ କାର୍ଯ୍ୟରତ ଥିବା ଅସ୍ଥାୟୀ କର୍ମଚାରୀ ତଥା ପିଅନ ମୁନା ପାଢ଼ୀ ସମେତ ୩ ସୁରକ୍ଷା କର୍ମୀଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କାର୍ଯ୍ୟରୁ ଅନ୍ତର କରାଯାଇଥିବା କୁଳପତି ପ୍ରଫେସର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥି ସହିତ ହଷ୍ଟେଲ ୱାର୍ଡନ ପ୍ରଫେସର ସୁଶାନ୍ତ ବରାଳଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଗୁରୁବାର ଜୀବ ସୁରକ୍ଷା ସଂଘର ସଭାନେତ୍ରୀ ରୋନାଲି ପାଣିଗ୍ରାହି, ସଭ୍ୟା ବିଷ୍ଣୁ ପ୍ରିୟା ପାତ୍ର ଭଞ୍ଜବିହାରରେ ପହଞ୍ଚି କୁଳପତି ପ୍ରଫେସର ଦାସଙ୍କୁ ସାକ୍ଷାତ କରିଥିଲେ । ସମସ୍ତ ବିଷୟ ଉପରେ ଆଲୋଚନା ହୋଇଥିଲା।
ଏଠାରେ ସୂଚନା ଯୋଗ୍ୟ ଯେ, ଗତ ମଙ୍ଗଳବାର ବିଶ୍ବବିଦ୍ୟାଳୟ ପରିସରରେ ୧୨ଟି କୁକୁରକୁ ବାନ୍ଧି ରଖାଯାଇଥିଲା । ସେମାନଙ୍କ ଗୋଡ଼ ଏବଂ ମୁହଁକୁ ଅତି ଅମାନବୀୟ ଭାବେ ବନ୍ଧା ଯାଇଥିଲା । ଖବର ପାଇ ଜୀବ ସୁରକ୍ଷା ସଂଘ ତରଫରୁ ପହଞ୍ଚି କୁକୁରକୁ ଉଦ୍ଧାର କରାଯାଇଥିଲା।
BREAKING NEWS
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
- ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ
- BJP: ପଦ୍ମ ଧରିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
- Bbsr-Singapore Flights Cancelled:ଯୁଦ୍ଧର ପ୍ରଭାବ…ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ
- ଅଏଲ୍ ଇଣ୍ଡିଆ ଏବଂ ସିଏସଆଇଆର-ଆଇଏମଏମଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
- ହାର୍ଦ୍ଦିକଙ୍କ ବ୍ୟାଟ ଚୋରୀ କରି ନେଇଗଲେ ରିଙ୍କୁ
- AI in healthcare: ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ଶ୍ରେଷ୍ଠ ଦେଶ
- ଭାମଶୀଙ୍କ ଫିଲ୍ମରେ ଅଭିନୟ କରିବେ ସଲମାନ
- Nishikant Dubey: ଦେଶବାସୀଙ୍କ ପାଖରେ ଦୁବେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ: ବିଜେଡି
Comments are closed.