Latest Odisha News

ଇସ୍ତଫା ଦେଲେ ଅଜିତ ପାୱାରଙ୍କ ଦଳର ୪ ତୁଙ୍ଗ ନେତା

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ଦଳର ୪ ତୁଙ୍ଗ ନେତା ଇସ୍ତଫା ଦେଇଛନ୍ତି।

ଇସ୍ତଫା ଦେଇଥିବା ଏହି ନେତାମାନେ ଦଳର ପିମ୍ପରି- ଚିଞ୍ଚୱାଡ ୟୁନିଟର ସଦସ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ଯରେ ରହିଛନ୍ତି ଏନସିପିର ପିମ୍ପରି- ଚିଞ୍ଚୱାଡ ୟୁନିଟ ମୁଖ୍ୟ ଅଜିତ ଗହ୍ୱାନେ, ଛାତ୍ର ୱିଙ୍ଗ ପ୍ରମୁଖ ୟଶ ସାନେ, ପୂର୍ବତନ କର୍ପୋରେଟର ରାହୁଲ ଭୋନସଲେ ଓ ପଙ୍କଜ ଭାଲେକର।

ଏମାନେ ସମସ୍ତେ ଶରଦ ପାଓ୍ବାରଙ୍କ ଗୋଷ୍ଠୀକୁ ଫେରିବା ନେଇ ଚର୍ଚ୍ଚା ହେଉଛି। ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଏହା ଅଜିତଙ୍କ ମୁଣ୍ଡବିନ୍ଧାର କାରଣ ହୋଇପାରେ।

ତେବେ ଗତବର୍ଷ ଜୁଲାଇ ମାସରେ ଅଜିତ ପାୱାର ଏନସିପିର ଅଧିକାଂଶ ବିଧାୟକଙ୍କୁ ଧରି ବିଜେପି ଓ ସିନ୍ଦେ ସରକାରରେ ସାମିଲ ହୋଇଥିଲେ। ସେହିପରି ଗତ ଲୋକସଭା ନିର୍ବାଚନରେ ଦଳର ନିରାଶଜନକ ପ୍ରଦର୍ଶନ ପରେ ଦଳର ମୁଖ୍ୟ ଅଜିତ ପାଓ୍ବାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଠ ହୋଇ ଏହି ନେତାମାନେ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଅଜିତ ଏବଂ ତାଙ୍କ ଦାଦା ଶରଦ ପାଓ୍ବାରଙ୍କ ମଧ୍ୟରେ ମତଭେଦ ଯୋଗୁ ଏନସିପି ଭାଙ୍ଗି ଦୁଇଟି ଦଳରେ ପରିଣତ ହୋଇଥିଲା। ଏନସିପି ଅଜିତଙ୍କ ଅକ୍ତିଆରରେ ଥିବାବେଳେ ଶରଦ ପାଓ୍ବାର ଏନସିପି-ଏସସିପି ଦଳ ଗଠନ କରିଛନ୍ତି।

 

Comments are closed.