ବ୍ରହ୍ମପୁର: ଗଞ୍ଜାମ ଜିଲା ହିଂଜିଳି ଥାନା ଅନ୍ତର୍ଗତ ସିକିରି ଗ୍ରାମରେ ସୋମବାର ପୂର୍ବାହ୍ନରେ ହାଇୱା ଧକ୍କାରେ ଜଣେ ୪ ବର୍ଷୀୟ ଶିଶୁର ଜୀବନ ଚାଲିଯାଇଛି। ମୃତକ ଜଣକ ହେଲେ ପ୍ରମୋଦ ଦଳାଇଙ୍କ ପୁଅ ହିମାଂଶୁ। ମିଳିଥିବା ସୂଚନା ଅନୁଯାୟୀ, ହିଂଜିଳି ଠାରୁ ତାରାତାରିଣୀ ରାସ୍ତାରେ ଅଛି ସିକିରି ଗ୍ରାମ। ସେହି ଗ୍ରାମରେ ହିମାଂଶୁଙ୍କ ଘର। ପୂର୍ବାହ୍ନରେ ସେ ରାସ୍ତା ପାର ହେଉଥିବା ବେଳେ ତାରାତାରିଣୀ ଆଡ଼କୁ ଯାଉଥିବା ହାଇୱା ଚାପି ଦେଇଥିଲା। ଚକା ତଳେ ହିଁ ହିମାଂଶଙ୍କୁ ମୃତ୍ୟୁ ହୋଇଯାଇଥିଲା ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ହିଂଜିଳି-ତାରାତାରିଣୀ ରାସ୍ତାରେ ଶତାଧିକ ଯାନବାହାନ ଉଭୟ ପଟରେ ଅଟକି ରହିଛି। ଘଟଣାସ୍ଥଳରେ ହିଂଜିଳି ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ପରିସ୍ଥିତି ଅଶାନ୍ତ ରହିଥିବା ସୂଚନା ମିଳିଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହିତ ଅନ୍ୟାନ୍ୟ ଦାବି କରିଛନ୍ତି।
BREAKING NEWS
- ଭିଜିଲାନ୍ସ ଜାଲରେ ଡେରାବିଶ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ୭ଟି ସ୍ଥାନରେ ଏକକାଳୀନ ଚଢାଉ
- Could Iran War End?: ୧୨ ତାରିଖରେ ଶେଷ ହୋଇଯିବ ମଧ୍ୟପ୍ରାଚ୍ୟ ଯୁଦ୍ଧ?
- LPG C Hike: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ରୋଷେଇ ଘର ଉପରେ ମହଙ୍ଗା ମାଡ଼, ୬୦ ଟଙ୍କା ବଢିଲା ଗ୍ୟାସ ସିଲିଣ୍ଡର ମୂଲ୍ୟ
- Supreme Court On Odisha Govt: ଓଡିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, କହିଲେ, ‘ଅଳସୁଆ, ବିଳମ୍ବୀ ଏବଂ ଅଯଥା ବାହାନା…’
- News Channels TRP Halt: ଯୁଦ୍ଧ ପାଇଁ TRP ବନ୍ଦ୍, ୪ ସପ୍ତାହ ପାଇଁ ନ୍ୟୁଜ ଚ୍ୟାନେଲଙ୍କୁ ମିଳିବନି ଟିଆରପି ରେଟିଂ…
- Fresh Infiltration Threat: ଆତଙ୍କବାଦୀ କରିପାରନ୍ତି ଅନୁପ୍ରବେଶ, ନୂତନ ଲଞ୍ଚିଂ ପ୍ୟାଡ୍ ହେଲା ସକ୍ରିୟ ; ସତର୍କ କଲା ଗୋଇନ୍ଦା ବିଭାଗ
- Fake Reports on Iran War: ସ୍ଥଗିତ ରହିବ ୪ ସପ୍ତାହ ପାଇଁ ନ୍ୟୁଜ୍ ଚ୍ୟାନେଲର TRP ରିପୋର୍ଟ; ଜାଣନ୍ତୁ କାରଣ
- ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ,ଅନ୍ୟଜଣେ ଗୁରୁତର ଆହତ
- ଏଣିକି ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ବୟସର ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡିଆ
- ରାଜସ୍ୱ ବିଭାଗରେ ସମସ୍ତ ଅଧିକାରୀ ଓ କର୍ମଚାରୀ ପରିଧାନ କଲେ ପାରମ୍ପରିକ ହସ୍ତତନ୍ତ ପୋଷାକ
Comments are closed.