Latest Odisha News

BREAKING NEWS

ଗୁଳି ଚାଳନାରେ ବ୍ରୋଞ୍ଚ ହାତେଇଲେ ଦଶମ ଶ୍ରେଣୀ ଛାତ୍ରୀ ଶ୍ରେଷ୍ଠ ଶର୍ମା  

ଭୁବନେଶ୍ୱର : ସିବିଏସ୍ଇ ଜାତୀୟ ଶୁଟିଂ ଚାମ୍ପିଅନସିପରେ ବ୍ରୋଞ୍ଜ ହାସଲ କଲେ ଶ୍ରେଷ୍ଠ ଶର୍ମା  । ରାଞ୍ଚିରେ ସିବିଏସ୍ଇ ଜାତୀୟ ଶୁଟିଂ ଚାମ୍ପିଅନସିପ ଆୟୋଜିତ ହୋଇଥିଲା । ନିଜ ଦକ୍ଷତା ଅନୁସାରେ ଗୁଳିଚାଳନା କରି ବଜୟ ହୋଇଛନ୍ତି ୧୭ ବର୍ଷର ଝିଅ ଶ୍ରେଷ୍ଠ ଶର୍ମା

ଭୁବନେଶ୍ୱରର ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲରେ ଦଶମ ଶେଣୀରେ ପାଠ ପଢ଼ୁଛନ୍ତି ଶ୍ରେଷ୍ଠ ଶର୍ମା । ଚଳିତ ବର୍ଷ ଶୁଟିଂ ଚାମ୍ପିଅନସିପରେ ଦେଶର ୪୦୦ ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ। ହେଲେ ସମସ୍ତଙ୍କୁ ପଛରେ ପକାଇ ବିଜୟ ହାସଲ କରିଛନ୍ତି ଶ୍ରେଷ୍ଠ ଶର୍ମା । ଶ୍ରେଷ୍ଠ ଶର୍ମାଙ୍କ ବିଜୟ ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ଡଃ ଏସ୍‌ ଗାଙ୍ଗୁଲି, ଉପଦେଷ୍ଟା ଏଲ୍ ଏନ୍ ଦାଶ ଶ୍ରେଷ୍ଠ ଶର୍ମାଙ୍କ ପିତାମାତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି  । ଏନେଇ ବିଦ୍ୟାଳୟର ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ରାଇଫଲ କ୍ୟାଟେଗୋରୀରେ ପଞ୍ଚମ ସ୍ଥାନରେ ଅଛନ୍ତି ଅନଓ୍ୱେଶ  ।

Leave A Reply

Your email address will not be published.