ବ୍ରହ୍ମପୁର: ଗଞ୍ଜାମ ଜିଲା ହିଂଜିଳି ଥାନା ଅନ୍ତର୍ଗତ ସିକିରି ଗ୍ରାମରେ ସୋମବାର ପୂର୍ବାହ୍ନରେ ହାଇୱା ଧକ୍କାରେ ଜଣେ ୪ ବର୍ଷୀୟ ଶିଶୁର ଜୀବନ ଚାଲିଯାଇଛି। ମୃତକ ଜଣକ ହେଲେ ପ୍ରମୋଦ ଦଳାଇଙ୍କ ପୁଅ ହିମାଂଶୁ। ମିଳିଥିବା ସୂଚନା ଅନୁଯାୟୀ, ହିଂଜିଳି ଠାରୁ ତାରାତାରିଣୀ ରାସ୍ତାରେ ଅଛି ସିକିରି ଗ୍ରାମ। ସେହି ଗ୍ରାମରେ ହିମାଂଶୁଙ୍କ ଘର। ପୂର୍ବାହ୍ନରେ ସେ ରାସ୍ତା ପାର ହେଉଥିବା ବେଳେ ତାରାତାରିଣୀ ଆଡ଼କୁ ଯାଉଥିବା ହାଇୱା ଚାପି ଦେଇଥିଲା। ଚକା ତଳେ ହିଁ ହିମାଂଶଙ୍କୁ ମୃତ୍ୟୁ ହୋଇଯାଇଥିଲା ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ହିଂଜିଳି-ତାରାତାରିଣୀ ରାସ୍ତାରେ ଶତାଧିକ ଯାନବାହାନ ଉଭୟ ପଟରେ ଅଟକି ରହିଛି। ଘଟଣାସ୍ଥଳରେ ହିଂଜିଳି ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ପରିସ୍ଥିତି ଅଶାନ୍ତ ରହିଥିବା ସୂଚନା ମିଳିଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହିତ ଅନ୍ୟାନ୍ୟ ଦାବି କରିଛନ୍ତି।
BREAKING NEWS
- ମା’ଙ୍କ ଭସାଣି ପାଇଁ ବ୍ୟାପକ ବ୍ୟବସ୍ଥା ; ଏପଟେ ଡିଜେ ବଜାଇଲେ କଡ଼ା କର୍ଯ୍ୟାନୁଷ୍ଠାନ
- Govt Committed To Resolve Kotia Dispute:କୋଟିଆ ପ୍ରସଙ୍ଗ:ଆଡଭୋକେଟ୍ ଜେନେରାଲ ଏବଂ ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହ ରାଜସ୍ୱ ମନ୍ତ୍ରୀଙ୍କ ବୈଠକ
- ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟି୨୦ ବିଜୟ ପାଇଁ ଟିମ ଇଣ୍ଡିଆ ଅପେକ୍ଷା କରିଥିଲା ୧୦ ବର୍ଷ
- କେମିକାଲ ଓ ପେଟ୍ରୋକେମିକାଲ୍ସ ହବ୍ ହେବାକୁ ଓଡ଼ିଶାର ଉଦ୍ୟମ; ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
- ମଦ ନେଲା ଜୀବନ;କକାର ଟାଙ୍ଗିଆ ଚୋଟରେ ପୁତୁରାର ଜୀବନ ଗଲା
- ରଣଜୀ ଟ୍ରଫି: କେରଳଠାରୁ ପରାସ୍ତ ହେଲା ଓଡ଼ିଶା
- ଆପଣମାନେ ଜେନ୍-ଜି ନୁହଁନ୍ତି : ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ଆବେଦନ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ଟିପ୍ପଣୀ
- ନ୍ୟୁଜିଲାଣ୍ଡ ପାଇଁ ବଡ଼ ବିପଦ ସାଜିଛନ୍ତି ଭୁବନେଶ୍ୱର କୁମାର
- ଲେଜର ରଶ୍ମିର କମାଲ: ପ୍ଲାଷ୍ଟିକରୁ ତିଆରି ହେଲା ହୀରା
- ସୌଭାଗ୍ୟ ଥିଲେ ମହାପ୍ରଭୁଙ୍କ ଦର୍ଶନ ମିଳେ: ପବିତ୍ର ବିଜୟା ଦଶମୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ଗୋବିନ୍ଦା

Comments are closed.