Latest Odisha News

BREAKING NEWS

ମହେନ୍ଦ୍ରଗିରିରେ ମହାବଳକୁ ଟ୍ରାକ୍ କରିବା ପାଇଁ ୪୦ କର୍ମଚାରୀଙ୍କୁ ନିୟୋଜିତ କଲା ବନ ବିଭାଗ

ପାରଳାଖେମୁଣ୍ଡି: ଗଜପତି ମହେନ୍ଦ୍ର ବନାଞ୍ଚଳରେ ବୁଲୁଛି ମହାବଳ ବାଘ। ଟ୍ରାପ୍ କ୍ୟାମେରାରେ ବାଘର ଫଟୋ କଏଦ ହେବା ପରେ ବନ ବିଭାଗ ୪୦ ଜଣ କର୍ମଚାରୀଙ୍କୁ ମହାବଳକୁ ଟ୍ରାକ୍ କରିବା ପାଇଁ ନିୟୋଜିତ କରିଛି। ଗତ ତିନି ଦିନ ତଳେ ଜଙ୍ଗଲରେ ରୟାଲ ବେଙ୍ଗଲର ଟାଇଗର ମହେନ୍ଦ୍ରଗିରି ଜଙ୍ଗଲରୁ ଚିହ୍ନଟ କରାଯାଇଥିଲା। ରାତି ହେଲେ ଗାଁରେ ପଶୁଥିବା ବେଳେ ଦିନ ବେଳେ ଜଙ୍ଗଲରେ ଶିକାର କରୁଛି ମହାବଳ ବାଘ। ସେବେଠାରୁ ଉକ୍ତ ବାଘକୁ ଟ୍ରାକ କରିବା ପାଇଁ ବନ ବିଭାଗର ଉଦ୍ୟମ ଜାରି ରହିଛି।

ଆସିଷ୍ଟାଣ୍ଟ କନେଷ୍ଟବଳ ଅଫ୍ ଫରେଷ୍ଟ (ଏସିଏଫ୍) ଅଶୋକ କୁମାର ବେହେରା କହିଛନ୍ତି ଯେ ଜିଲ୍ଲାର ମହେନ୍ଦ୍ରଗିରି ଜଙ୍ଗଲରେ ଲଗାଯାଇଥିବା କ୍ୟାମେରା ଟ୍ରାପ୍ ଅକ୍ଟୋବର ୧୯ ରେ ରାତିରେ ବାଘର ଚିହ୍ନଟ ହେବା ପରେ ଜଙ୍ଗଲ ଅଧିକାରୀଙ୍କୁ ମହାବାଳ ବାଘକୁ ଟ୍ରାକ୍ କରିବା ପାଇଁ ନିୟୋଜିତ କରାଯାଇଛି। ବାଘର ପାଦଚିହ୍ନ ଠାବ ହେବା ପରେ ବନାଞ୍ଚଳ ବିଭିନ୍ନ ସ୍ଥାନରେ ନାଇଟ୍ ଭିଜନ୍ କ୍ୟାମେରା ଖଞ୍ଜା ଯାଇଥିଲା।

ଏହା ବ୍ୟତୀତ ଗୋସାଣି ଏବଂ ରାୟାଗଡା ବ୍ଲକ ଅନ୍ତର୍ଗତ ଅନେକ ଗାଁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଯଦି ଗାଁ ଲୋକେ ମହାବଳ ବାଘକୁ ଦେଖନ୍ତି ତେବେ ବାଘଠାରୁ ନିଜକୁ ଦୂରେଇ ରହିବାକୁ ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାସହ କୌଣସି ପ୍ରକାର ଦୁର୍ଘଟଣା ଘଟାଇବା ପୂର୍ବରୁ ତୁରନ୍ତ ବନବିଭାଗ କର୍ମଚାରୀଙ୍କୁ ଖବର ଦେବାକୁ କୁହାଯାଇଛି।

ସୂଚନା ଥାଉକି ମହାବଳ ବାଘଟି ପ୍ରଥମେ ଜିଲ୍ଲାର ମହେନ୍ଦ୍ରଗିରିର ସନ୍ତୋଷପୁର ଅଞ୍ଚଳରେ ଚିହ୍ନଟ କରାଯାଇଥିଲା। ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ବିଭାଗ ଜଙ୍ଗଲରେ ଅଧିକ କ୍ୟାମେରା ସ୍ଥାପନ କରାଯାଇଛି । ବାଘଟି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଏକ ଜଙ୍ଗଲରୁ ଓଡିଶାକୁ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି।

Comments are closed.