Latest Odisha News

BREAKING NEWS

ଏଥର ସଂସଦକୁ ଘେରିବା ଧମକ ଦେଲେ ଟିକାୟତ

ନୂଆଦିଲ୍ଲୀ: ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକ ନେତା ଗୋଟିଏ ପରେ ଗୋଟିଏ ଧମକ ଦେବାରେ ଲାଗିଛନ୍ତି । ବୁଧବାର ଟିକାୟତ କହିଛନ୍ତି ଯଦି ସରକାର କୃଷି ଆଇନ ପ୍ରତ୍ୟାହାର ନ କରିବେ ତାହାହେଲେ ସଂସଦକୁ ଘେରାଉ କରାଯିବ । ଏଥର ୪ ଲକ୍ଷ ଟ୍ରାକ୍ଟର ଆନ୍ଦୋଳନରେ ସାମିଲ ହେବେ ବୋଲି ସେ ଚେତାଇ ଦେଇଛନ୍ତି । କୃଷକମାନେ ଏଥିପାଇଁ ପ୍ରସ୍ତୁତ ରହିବାକୁ ସେ କହିଛନ୍ତି ।

ଇଣ୍ଡିଆ ଗେଟ ପାର୍କରେ ହଳ କରାଯିବ ଏବଂ ଫସଲ ଅମଳ କରାଯିବ । ଏହା ପରେ ସଂସଦ ଘେରାଉ ହେବ । କିସାନ ମହାପଂଚାୟତକୁ ସମ୍ବୋଧନ କରି ସେ କହିଛନ୍ତି, ଆଲୋଚନା ପରେ ଏହାର ତାରିଖ ମଧ୍ୟ ଘୋଷଣା କରାଯିବ । ଏହି ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ । କୃଷକମାନେ ଏବେ ୩ମାସରୁ ଊର୍ଦ୍ଧ୍ୱ ହେବ ଆନ୍ଦୋଳନ ଚଳାଇଛନ୍ତି ।

Leave A Reply

Your email address will not be published.