Latest Odisha News

ଉତ୍ତରକାଶୀ ଟନେଲରେ ଶ୍ରମିକଙ୍କ ୧୧ ଦିନ: ଗତକାଲି ରାତ୍ରିଭୋଜନରେ ଖାଇଥିଲେ ପଲାଉ-ପନୀର, ଉଦ୍ଧାର ପାଇଁ ଆହୁରି ୩୦ ଘଣ୍ଟା

ଉତ୍ତରକାଶୀ:୧୧ ଦିନ ଧରି ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାର ଆଶା ଉଜ୍ଜ୍ୱଳ ହେଉଛି । ଗତକାଲି ସୁଡଙ୍ଗ ଭିତରର ପ୍ରଥମ ଭିଜୁଆଲ ସାମ୍ନାକୁ ଆସିଥିଲା । ସମସ୍ତ ଶ୍ରମିକ ସୁସ୍ଥ ଥିବା ଦେଖିବାକୁ ମିଳିଥିଲା । ୯ ଦିନ ପରେ ପାଇପ ଯୋଗେ ସେମାନଙ୍କୁ ରନ୍ଧାଖାଦ୍ୟ ପଠା ଯାଇଥିଲା । ଗତକାଲି ରାତ୍ରିଭୋଜନରେ  ଶ୍ରମିକମାନଙ୍କୁ ଶାକାହାରୀ ପଲାଉ, ମଟରପନୀର ଏବଂ ବଟର,ରୁଟି ପଠାଯାଇଥିଲା ।

ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ସହ ଅନେକ ସୁରକ୍ଷା ଏଜେନ୍ସ ଲାଗିପଡିଛନ୍ତି । ଉଦ୍ଧାରକାର୍ଯ୍ୟରେ ସଫଳତା ମିଳୁଛି । ଆଉ ୩୦ରୁ ୪୦ ଘଣ୍ଟା ମଧ୍ୟରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ବାହାରକୁ ଅଣାଯାଇ ପାରିବ ବୋଲି ଆଶା କରାଯାଉଛି ।

ପାହଡ ଉପରୁ ସିଧା ଖନନ କରାଯାଇ ପ୍ଲାଟଫର୍ମ ତିଆରି କରିବାର କାମ ଆଜି ସମ୍ପୂର୍ଣ୍ଣ ହୋଇପାରେ । ୪୫ ମିଟର ପର୍ଯ୍ୟନ୍ତ ମେସିନ ପହଞ୍ଚି ସାରିଛି । ହେଲେ ୮୬ମିଟର ଯାଏ ଖୋଳିବାକୁ ପଡିବ । ଅନ୍ୟପକ୍ଷେ ସୁଡଙ୍ଗର ବଡକୋଟ ପାଖରେ ଏକ ରେସକ୍ୟୁ ଟନେଲ ତିଆରି କରାଯାଉଛି । ଯଦି ଉଦ୍ଧାରର ଅନ୍ୟ ସବୁ ବାଟ ଫେଲ ମାରେ ତେବେ ଏହି ବାଟ ଦେଇ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିବ । ଏହି ଟନେଲ ୮ ମିଟର ଯାଏ ତିଆରି ହୋଇ ସାରିଛି । ସୁଡଙ୍ଗର ଦୁଇ ମୁହଁ ମଝିରେ ଶ୍ରମିକମାନେ ଫସି ରହିଛନ୍ତି । ସେଥିପାଇଁ ସିଲକ୍ୟାରା ଏବଂ ବଡକୋଟ ଦୁଇପଟୁ ଡ୍ରିଲିଂ କରାଯାଉଛି ।

ବାୟୁସେନାର ୨ଟି ବିମାନ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି ।

Comments are closed.