ନୂଆଦିଲ୍ଲୀ: ଶୀତ ଦିନ ଆସିଗଲାଣି । ବୁଲାବୁଲି ପାଇଁ ତ ଆପଣ ପ୍ଲାନ୍ କରୁଥିବେ । ତେବେ ଆପଣଙ୍କ ପ୍ଲାନରେ ସାମିଲ କରନ୍ତୁ ରାଜସ୍ଥାନକୁ । ଏବେ ସବୁଠାରୁ ଭଲ ସମୟ ରାଜସ୍ଥାନ ବୁଲି ଯିବା ପାଇଁ । ରାଜସ୍ଥାନର ଜୈସଲମେର, ଅଲୱାର, ଉଦୟପୁର, ଭରତପୁର, ନିମରାନା, ଜୟପୁର, ମାଉଣ୍ଟଆବୁ ହେଉଛି ଟୁରିଷ୍ଟମାନଙ୍କର ପ୍ରଥମ ପସନ୍ଦ । ବାସ୍ ବୁଲାବୁଲି ପାଇଁ ନୁହେଁ ରାଜସ୍ଥାନର ଅନେକ ପ୍ରସିଦ୍ଧ ବଜାରମାନ ରହିଛି, ଯେଉଁଠାରୁ ଆପଣ ଖାସ୍ ଜିନିଷମାନ କିଣି ପାରିବେ ।
ସେଥିମଧ୍ୟରୁ ଜୟପୁରର ଜୋହରୀ ବଜାର, ଯୋଧପୁରର କ୍ଲକ୍ ଟାୱାର ବଜାର, ଉଦୟପୁରର ବଡ ବଜାର ଏବଂ ଜୈସଲମେର ମହଲ ଆଖପାଖରେ ଥିବା ବଜାର ଅନ୍ତର୍ଭୁକ୍ତ । ଆସନ୍ତୁ ଜାଣିବା ଏହି ବଜାରରୁ ଆପଣ କେଉଁ ଖାସ୍ ଜିନିଷ କିଣି ପାରିବେ ।
ରାଜସ୍ଥାନ ବଜାରରୁ ଏହି ସବୁ ଜିନିଷ ନିହାତି କିଣନ୍ତୁ..
ରାଜସ୍ଥାନର କିଛି ଜିନିଷ ଅଛି ଯାହା ସେଠାକାର ସଂସ୍କୃତିକୁ ପ୍ରତିନିଧିତ୍ଵୱ କରେ | ସେଠାରୁ ଆପଣ ସେହିପରି କିଛି ଜିନିଷ ଆଣି ପାରିବ, ଯାହାକୁ ଆପଣ ନିଜ ଜୀବନର ସ୍ମୃତି ଭାବରେ ରଖିପାରିବ। ସେହି ଜିନିଷଗୁଡ଼ିକରେ ରଙ୍ଗୀନ ପୋଷାକ,ସୁନ୍ଦର ଅଳଙ୍କାର, ବିଶେଷ ପ୍ରକାରର ଏବଂ ସୁନ୍ଦର କାଠର କଣ୍ଢେଇ ରହିଛି ।
ବାନ୍ଧନୀ ବସ୍ତ୍ର
ବାନ୍ଧନୀ, ଟାଇ-ଡାଇ ରାଜସ୍ଥାନର ଅନ୍ୟତମ ପ୍ରସିଦ୍ଧ ବସ୍ତ୍ର । ଏହି କାରୁକାର୍ଯ୍ୟର ଶାଢୀ, ଚୁନି ଏବଂ ସ୍କାର୍ଫ କେବଳ ଭାରତରେ ନୁହେଁ ବିଦେଶରେ ବି ବେଶ୍ ପରିଚିତ । ବାନ୍ଧନୀ ଶାଢୀ ଏବଂ ବାନ୍ଧନୀ ଚୁନିର ବହୁତ ଚାହିଦା ରହିଛି । ଏହି ବାନ୍ଧନୀ ବସ୍ତ୍ର ଆପଣଙ୍କୁ ରାଜସ୍ଥାନର ସମସ୍ତ ବଜାରରେ ସହଜରେ ମିଳିଯିବ । ଏହାର ଦାମ୍ ୫୦୦ ଟଙ୍କାରୁ ଆରମ୍ଭ ହୋଇଯାଇଥାଏ । ଆପଣ ମୋଲଚାଲ୍ କରି କି କିଛି ଟଙ୍କାବି କମ୍ କରି ପାରିବେ ।
ନୀଳ ମାଟିର ବାସନ
ଜୟପୁରରେ ନୀଳ ମାଟିର ବାସନ ତିଆରି କରାଯାଏ । ସେଠାରୁ ସୁନ୍ଦର ସୁନ୍ଦର ବାସନ ନିଜ ଘରକୁ ଆଣିବାକୁ ଆଣିବାକୁ ଭୁଲନ୍ତୁ ନାହିଁ । ବିଦେଶୀମାନେ ଏଠାକୁ ଆସିଲେ ଏହି ନୀଳ ମାଟିର ବାସନକୁସନର ସାମଗ୍ରୀ ନିହାତି ସାଥୀରେ ନେଇଥାନ୍ତି । ଏହି ବାସନ କେବଳ ଖାଇବାକୁ ବ୍ୟବହାର କରାଯାଏ ନାହିଁ ଘରରେ ମଧ୍ୟ ସଜାଇ ପାରିବେ । ଫୁଲଦାନୀ, ପ୍ଲେଟ୍, କୋଷ୍ଟର ପରି ଜିନିଷ କିଣି ପାରିବେ ।
ରୂପା ଗହଣା
ଆପଣଙ୍କୁ ଗହଣା ଯଦି ପସନ୍ଦ ତେବେ ରୂପା ଜିନିଷ ଏଠାରୁ କିଣି ପାରିବେ । ଗହଣାରେ ସୂକ୍ଷ୍ମ କାମ ଦେଖିବାକୁ ମିଳିଥାଏ । ଚୁଡି, କାନଫୁଲ, ବେକ ପାଇଁ ଡିଜାଇନ ହାର, ପାଉଁଜି କିଣି ପାରିବେ । ଜୟପୁର, ପୁଷ୍କର, ଉଦୟପୁର ବଜାରରେ ରୂପା ଗହଣା ଭଲ ଡିଜାଇନର ମିଳିଥାଏ ।
ପେଣ୍ଟିଂ
ପେଣ୍ଟିଂର ସଉକ ରଖୁଥିଲେ ରାଜସ୍ଥାନ ପେଣ୍ଟିଂ କିଣି ପାରିବେ । ଯାହା ପୌରାଣିକ କଥା, ରାଜମହଲ, ନିତିଦିନିଆ ଜୀବନର ଦୃଶ୍ୟକୁ ଦର୍ଶାଇଥାଏ । ମୋଗଲ, ମେୱାଡ ଏବଂ ବୁନ୍ଦି ପେଣ୍ଟିଂ ଭଳି ଶୈଳୀରେ ନିର୍ମିତ ଚିତ୍ର ଗୁଡ଼ିକ ବିଶ୍ୱ ପ୍ରସିଦ୍ଧ । ପେଣ୍ଟିଂ ସହିତ ଆପଣ ଏଠାରୁ ଉଜ୍ଜ୍ଵଳ ରଙ୍ଗର ଏବଂ ଡିଜାଇନ୍ ହୋଇଥିବା କାଠକଣ୍ଢେଇ କିଣି ପାରିବେ, ଯାହା ବହୁତ ପସନ୍ଦ ଆସିବ ।
ଏଥିସହ ଆପଣ ଗରମ ମସଲା ଆଣିବାକୁ ଚାହୁଁଥିଲେ ଯୋଧପୁର ଓ ଜୟପୁର ବଜାରକୁ ଯାଇପାରିବେ ।