Latest Odisha News

BREAKING NEWS

ଦିଲ୍ଲୀ ବିଜେପି ହେଡକ୍ୱାର୍ଟର୍ସରେ ପଶିଲା କରୋନା, ୪୨ କର୍ମଚାରୀ ପଜିଟିଭ୍

ନୂଆଦିଲ୍ଲୀ: ମାଡୁଛି କରୋନା । ଦିଲ୍ଲୀ ସ୍ଥିତ ବିଜେପି ହେଡକ୍ୱାର୍ଟର୍ସରେ ପଶିଲା କରୋନା । ଏକାଥରକେ ୪୨ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଭିତରେ କିଛି ସୁରକ୍ଷାକର୍ମୀ ଓ ଦଳୀୟ କର୍ମକର୍ତ୍ତା । କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିବା ପରେ ସମସ୍ତ ଆଇସୋଲେସନରେ ଅଛନ୍ତି ।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନୀଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କିଛି ବରିଷ୍ଠ ନେତା ଦିଲ୍ଲୀ ବିଜେପି ହେଡକ୍ୱାର୍ଟର୍ସରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ନେଇ ବୈଠକ କରିଥିଲେ । ଏହାପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ରାଜନାଥ ସିଂହ । ତାଙ୍କ ପରେ ପରେ ୪୨ କର୍ମକର୍ତ୍ତା ସଂକ୍ରମିତ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜନାଥ ସିଂହ, ଜେ.ପି. ନଡ୍ଡା, ନୀତିନ ଗଡକରିଙ୍କ ସମେତ କିଛି ରାଜନେତା କରୋନା ସଂକ୍ରମିତ ହେବା ପରେ ହୋମ୍ କ୍ୱାରେଣ୍ଟିନରେ ଅଛନ୍ତି । ଏବେ ବିଜେପି ହେଡକ୍ୱାର୍ଟର୍ସର କର୍ମଚାରୀ ସଂକ୍ରମିତ ହେବା ଆଗାମୀ ୫ ରାଜ୍ୟ ବିଧାନସଭା ନିର୍ବାଚନ ରଣନୀତି ଉପରେ ପ୍ରଭାବ ପକାଇପାରେ।

Comments are closed.