Latest Odisha News

ଚୌକା, ଛକାରେ ଭାରତର ରେକର୍ଡ

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଟିମ ଅନେକଗୁଡିଏ ରେକର୍ଡ ନିଜ ନାମରେ କରିଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୪୭୦ ବାଉଣ୍ଡରୀ ମାରି ଇତିହାସ ସୃଷ୍ଟି କରିଛି । ଏହା ପୂର୍ବରୁ ଟିମଇଣ୍ଡିଆ ୧୯୬୪ରେ ୩୮୪ ବାଉଣ୍ଡରୀ ମାରିଥିଲା । ଏଥିରେ ୪୨୨ ଚୌକା ଓ ୪୮ ଛକା ସାମିଲ । ୬୦ ବର୍ଷ ପରେ ଏବେ ଏହି ରେକର୍ଡ ଭାଙ୍ଗିଛି । ସେହିପରି ପ୍ରଥମ ଥର ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନ ୨୮ ଥର ୫୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି । ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ଭାରତ ଓଭରାଲ ୩୮୦୯ ରନ ସଂଗ୍ରହ କରିଛି ।

ଟେଷ୍ଟ ଇତିହାସରେ ଏହା ଦ୍ୱିତୀୟ ସର୍ବାଧିକ ରନ ସଂଗ୍ରହ । ୧୯୮୯ରେ ଅଷ୍ଟ୍ରେଲିଆ ୬ ମ୍ୟାଚ ବିଶିଷ୍ଟ ଆଶେସ ସିରିଜରେ ୩୮୭୭ ରନ କରି ଏବେ ବି ଶୀର୍ଷରେ ରହିଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ନିର୍ଣ୍ଣାୟକ ମୋଡରେ ପଂହଚିଛି । ସିରିଜ ଜିତିବା ପାଇଁ ଇଂଲଣ୍ଡକୁ ୨୧୦ ରନ ଆବଶ୍ୟକ ହେଉଛି । ସେହିପରି ସିରିଜ ଡ୍ର ରଖିବା ପାଇଁ ଟିମଇଣ୍ଡିଆକୁ ୭ଟି ୱିକେଟର ଆବଶ୍ୟକତା ରହିଛି । ଭାରତ ବିଜୟ ପାଇଁ ଇଂଲଣ୍ଡ ସମ୍ମୁଖରେ ୩୭୪ ରନର ଟାର୍ଗେଟ ରଖିଛି । ଜବାବରେ ୪ର୍ଥ ଦିବସ ଲଂଚ ସୁଦ୍ଧା ଇଂଲଣ୍ଡ ୩ ୱିକେଟ ହରାଇ ୧୬୪ ରନ କରିଛି ।

Comments are closed.