Latest Odisha News

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୨ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ବର: ଆଜି ଉଚ୍ଚ ମାଧ୍ୟମିକ ପରିଷଦ (ସି.ଏଚ.ଏସ.ଇ) ର ୪୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୋଲିସ ନିଯୁକ୍ତି ବୋର୍ଡ଼ର ଅଧ୍ୟକ୍ଷ ତଥା ଅଗ୍ନିଶମ ବାହିନୀର ପୂର୍ବତନ ମହାନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିଷଦର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହ ସରକାରୀ ବିଦ୍ୟାଳୟରେ ଅଧିକରୁ ଅଧିକ ନାମ ଲେଖାଇବା ପାଇଁ ଉତ୍ସାହିତ କରିଥିଲେ । ଏଥିସହ ନୈତିକ ଶିକ୍ଷାକୁ ଗୁରୁତ୍ବ ଦେଇ ସୃଜନଶୀଳ କାର୍ଯ୍ୟକଳାପ ଯଥା ପରିବେଶ ସୁରକ୍ଷା, କ୍ରୀଡ଼ା, ସଙ୍ଗୀତ, ବ୍ୟାୟାମ ଆଦିକୁ ପ୍ରୋତ୍ସାହିତ କରିଛନ୍ତି ମୁଖ୍ୟ ଅତିଥି ।

ଏହି ଭବ୍ୟ ଆୟୋଜନ ସ୍ମୃତିରେ ବିଦ୍ୟାର୍ଥୀମାନଙ୍କ ବହୁବିଧ ଆଲେଖ୍ୟକୁ ନେଇ ଏକ ବିଶେଷ ସ୍ମରଣିକା ‘ପ୍ରଜ୍ଞା’ ଉନ୍ମୋଚିତ କରାଯାଇଥିଲା । ଏଥିସହ ପ୍ରଥମ ଥର ପାଇଁ ଚେୟାରମ୍ୟାନ କପ୍ ବକ୍ତୃତା ପ୍ରତିଯୋଗିତା ଓ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦେବା ସହ ଟ୍ରଫି ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ପରିଶେଷରେ ପରୀକ୍ଷା ନିୟନ୍ତ୍ରକ ଶ୍ରୀ ପ୍ରଶାନ୍ତ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.