Latest Odisha News

BREAKING NEWS

ବଞ୍ଜାରି ଆଶ୍ରମ ସ୍କୁଲରେ ବ୍ୟାପୁଛି ଝାଡ଼ାବାନ୍ତି, ୪୩ ଆକ୍ରାନ୍ତ ଚିହ୍ନଟ

ଝାରସୁଗୁଡ଼ା: ବଞ୍ଜାରି ଆଶ୍ରମ ସ୍କୁଲରେ ବ୍ୟାପୁଛି ଝାଡ଼ାବାନ୍ତି । ଗତ ୧ ତାରିଖରୁ ସ୍କୁଲର ଛାତ୍ରୀନିବାସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ ଏହା ୪୩ରେ ପହଞ୍ଚିଛି। ସ୍ଥିତି ଗୁରୁତର ହେବାରୁ ସ୍କୁଲ ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କ୍ୟାମ୍ପ କରି ଆକ୍ରାନ୍ତଙ୍କର ଚିକିତ୍ସା ଆରମ୍ଭ କରିଛି।

ଗତ ୩୧ ତାରିଖରେ ସ୍କୁଲର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଥିଲା। ରାତିରେ ଛାତ୍ରାବାସ ଓ ଛାତ୍ରୀନିବାସ ପାଇଁ ରୋଷେଇ ହୋଇଥିଲା। ତେବେ ସେହି ଖାଇବା ପରେ ଅସୁସ୍ଥ ଅନୁଭବ କରିଥିଲେ। ପ୍ରଥମେ ୬ ଜଣ ଛାତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଶୁକ୍ରବାର ଯାଏ ୩୮ ଜଣ ଛାତ୍ରୀ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଆ‌ଉ ୫ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମଧ୍ୟରୁ ୨ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ, ୧୨ ଜଣ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

ଛାତ୍ରୀନିବାସର ରୋଷେଇ ଘରର ପରିମଳ ଶୋଚନୀୟ ଅବସ୍ଥାରେ ରହିଥିବା ବେଳେ ତାହା ସଂକ୍ରମଣର ଏକ କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଡାକ୍ତରୀ ଟିମ୍‌ ପହଞ୍ଚି ପିଇବା ପାଣି ଓ ଖାଦ୍ୟ ନମୁନା ସଂଗ୍ରହ କରିଛନ୍ତି। ଛାତ୍ରୀନିବାସକୁ ଯୋଗାଣ ହେଉଥିବା ପାଣିରେ କ୍ଲୋରିନ୍‌ ଓ ବ୍ଲିଚିଂ ପାଉଡ଼ର ପକାଯାଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.