Latest Odisha News

କୋଭିଡ୍ ଲଢେଇରେ ଦେଶର ଷ୍ଟିଲପ୍ଲାଣ୍ଟଗୁଡିକ ୪ ଦିନରେ ୪,୩୨୯ଟନ ମେଡିକାଲ ଅକ୍ସିଜେନ ଯୋଗାଇଛନ୍ତି : ଧର୍ମେନ୍ଦ୍ର

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ସାମିଲ ହୋଇ ଭାରତର ବିଭିନ୍ନ ଷ୍ଟିଲ ପ୍ଲାଣ୍ଟଗୁଡିକ ଗତ ୪ ଦିନ ମଧ୍ୟରେ ୪,୩୨୯ ଟନ ମେଡିକାଲ ଅକ୍ସିଜେନ ଯୋଗାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥି ସହିତ ଭବିଷ୍ୟତର ଚାହିଦା ପୂରଣ କରିବା ପାଇଁ ଇସ୍ପାତ କ୍ଷେତ୍ର ଯୋଜନା ପ୍ରସ୍ତୁତ କରିଥିବା ସେ କହିଛନ୍ତି । ଇସ୍ପାତ କ୍ଷେତ୍ର କୋଭିଡ୧୯ ବିପକ୍ଷରେ ଚାଲିଥିବା ସଂଗ୍ରାମରେ ଯୋଗଦାନ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଥିବା ସେ ପ୍ରକାଶ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, କୋଭିଡ ଚିକିତ୍ସାରେ ମେଡିକାଲ ଅକ୍ସିଜେନ ରୋଗୀଙ୍କ ଜୀବନ ରକ୍ଷାରୋେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।

Leave A Reply

Your email address will not be published.