Latest Odisha News

ପାହଡରୁ ଜବତ ହେଲା ୪୫୦୦ ଲିଟର ପୋଚ

ଆସିକା: ଆଜି ଗଞ୍ଜାମ ଜିଲ୍ଲା ଆସିକା ବାଲିଶିରା ପାହାଡ଼ରେ ଚଢାଉ କରିଛି ଅବକାରୀ ପୋଲିସ । ଚଡାଉ ପରେ ୪୫୦୦ ଲିଟର ପୋଚ ସହିତ ଶହେ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଛି ପୋଲିସ । ଏଥିସହିତ ମଦ ପ୍ରସ୍ତୁତକାରୀ ସରଞ୍ଜାମ ମଧ୍ୟ ଜବତ କରିଛି ଅବକାରୀ ପୋଲିସ୍ । ପୋଲିସ୍ର ଛଢାଉ ପରେ ମଦ ମାଫିଆମାନେ ଛତ୍ରଭଙ୍ଗ ଦେଇଛନ୍ତି ।

ତେବେ କହିରଖୁଛୁ, ତେବେ ଚିକିଟି ମଦ ମୃତ୍ୟୁ ମାମଲାରେ ୨ ଜଣଙ୍କ ମୃତ୍ୟୁ ହେବା ପରେ ଏବେ ଆକ୍ସନ ମୋଡରେ ପୋଲିସ୍ ତଥା ଅବକାରୀ ବିଭାଗ । ଏହି ଘଟଣା ପରେ ଅବକାରୀ ବିଭାଗ ବିକ୍ରି ମଦର ଗୁଣାବତ୍ତା ପରଖିବା ପାଇଁ ଗତ ମଙ୍ଗଳବାର ଠାରୁ ରାଜ୍ୟବ୍ୟାପୀ ୭ ଦିନିଆ ଚଢାଉ ଜାରି କରିଛି । ଯାହାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରି ଆକାଶ ମାଡି ପାତାଳ ଏକ କରି ଚୋରା ମଦ ଚାଲାଣର ପରଦାଫାର୍ସ କରୁଛି ପୋଲିସ ତଥା ଅବକାରୀ ବିଭାଗ । ଏହି କ୍ରମରେ ଗତକାଲି ଭୁବନେଶ୍ବର ସାଲିଆ ସାହିରେ ଚଡାଉ କରିବା ପରେ ବିପୁଳ ଦେଶୀ ମଦ ସହିତ ୩ଟି ମଦ କାରଖାନା ଠାବ କରି ତାକୁ ମାଟିରେ ମିଶାଇଥିଲା ପୋଲିସ୍ ।

Comments are closed.