Latest Odisha News

BREAKING NEWS

ଭୁବନେଶ୍ୱରରେ ଆଜି ୪୬୦ ପଜିଟିଭ, ୪୦୫ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୪୬୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।

ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୮୫ ଜଣ କ୍ୱାରେଣ୍ଟାଇନ୍ ଏବଂ ୨୭୫ଟି ସ୍ଥାନୀୟ ମାମଲା ରହିଛି । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୪୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଅପରପକ୍ଷରେ ସମସ୍ତ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ମୋଟ୍ ୧୪,୯୫୨ କରୋନା ପଜିଟିଭ ମାମଲା ରହିଛି । ତନ୍ମଧ୍ୟରୁ ୫୧୩୦ ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୯୭୫୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଛଡା ୫୪ ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.