Latest Odisha News

BREAKING NEWS

କରୋନା ମ୍ୟାପରେ ଯୋଡି ହେଲା ଆଉ ଏକ ଜିଲ୍ଲା; ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୮ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର ଦିନ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୪୮ ପଜିଟିଭ ।

କରୋନା ମ୍ୟାପରେ ପ୍ରଥମ ଥର ପାଇଁ ଯୋଡି ହୋଇଛି ଆଉ ଏକ ଜିଲ୍ଲା । ଆଜି ପର୍ଯ୍ୟନ୍ତ ଗ୍ରୀନ ଜୋନରେ ଥିବା କନ୍ଧମାଳ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨ ଜଣ କରୋନା ଆକ୍ରାନ୍ତ ।

ଆଜି ଚିହ୍ନଟ ୪୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୭ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ହୋଇଥିବା ବେଳେ ଜଣେ ବ୍ୟକ୍ତି ଜେଲ ପରିସରରୁ ଚିହ୍ନଟ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.