Latest Odisha News

BREAKING NEWS

ଆଜି ରାଜ୍ୟରେ ଚିହ୍ନଟ ୪୮ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ବିବରଣୀ, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୪୮ ପଜିଟିଭ ଆକ୍ରାନ୍ତ । ଚାହୁଁ ଚାହୁଁ ଏହି ଭୂତାଣୁ ରାଜ୍ୟର ୨୩ ଟି ଜିଲ୍ଲାରେ ନିଜ କାୟା ବିସ୍ତାର କରି ସାରିଲାଣି ।

ଆଜି ଏକ ନୂଆ ଜିଲ୍ଲା କନ୍ଧମାଳରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଯାଜପୁରରୁ ୧୬ ଜଣ ଗଞ୍ଜାମରୁ ୧୫ ଜଣ, ପୁରୀରୁ ୪ ଜଣ, ନୟାଗଡରୁ ୩ ଜଣ, କେନ୍ଦ୍ରାପଡାରୁ ୩ ଜଣ, ବଲାଙ୍ଗୀରରୁ ୨ ଜଣ, କନ୍ଧମାଳ ରୁ ୨ ଜଣ, କଟକରୁ ୧ ଜଣ, ବୌଦ୍ଧରୁ ଜଣେ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ୪୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୭ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ଜଣେ ଜେଲରେ ରହୁଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଯାଜପୁର ଜିଲ୍ଲାରୁ ଚିହ୍ନଟ ୧୬ ଆକ୍ରାନ୍ତଙ୍କ ମଧ୍ୟରୁ ଦଶରଥପୁର ବ୍ଲକ ରୁ ୩, କୋରାଇ ବ୍ଲକର ୫, ବରୀ ବ୍ଲକର ୪ ଓ ବଡଚଣା ବ୍ଲକର ୪। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୩୭ ରେ। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ କୁ ବୃଦ୍ଧି।

ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.