ଭୁବନେଶ୍ୱର: ବ୍ୟକ୍ତିଗତ ହେଉ ଅବା ଆନୁଷ୍ଠାନିକ, ରାଜ୍ୟ ଓ ଦେଶର ଦୈନନ୍ଦିନ କାର୍ଯ୍ୟ ଓ ଭାବମୂର୍ତ୍ତି ତିଆରିରେ ଲୋକ ସମ୍ପର୍କର ଭୂମିକା ରହିଛି । କିଟ୍ ସ୍କୁଲ୍ ଅଫ୍ ମାସ୍ କମ୍ୟୁନିକେସନ୍ ପକ୍ଷରୁ ଆୟୋଜିତ ୪ର୍ଥ ଲୋକ ସମ୍ପର୍କ ସମ୍ମିଳନୀକୁ ଉଦଘାଟନ କରି ଏକଥା କହିଛନ୍ତି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ୍ ସାମନ୍ତ ।
ସେ କହିଛନ୍ତ, କିଟ୍ ବିଶ୍ୱବିଦ୍ୟାଳୟରେ ବର୍ଷ ତମାମ୍ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । କିଟ୍ ସ୍କୁଲ୍ ଅଫ୍ ମାସ୍ କମ୍ୟୁନିକେସନ୍ ସ୍କୁଲର ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେବା ଉଚିତ୍ । ଯାହାଦ୍ୱାରା ସେମାନେ ସାମ୍ବାଦିକତା ଓ ଗଣ ଯୋଗାଯୋଗ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ପ୍ରତିପାଦନ କରି ପାରିବେ ।
ସମ୍ମିଳନୀରେ ଅନ୍ୟତମ ଅତିଥି ଭାବେ ଢେଙ୍କାନାଳସ୍ଥିତ ଆଇଆଇଏମସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାର୍ଟାଜୀ କହିଥିଲେ, ଲୋକ ସମ୍ପର୍କ ବୁଝି ହେଉ ନଥିବା ଭଳି ଏକ ବୃତ୍ତି ମଧ୍ୟରୁ ଅନ୍ୟତମ । କିନ୍ତୁ ଏହା ଏକ ଅନୁଷ୍ଠାନର ଆଖି ଓ କାନ ଭାବେ କାର୍ଯ୍ୟ କରିଥାଏ ।
ସେହିପରି କୋଲକାତାସ୍ଥିତ ଏସ୍ଆରଏଫଟିଆଇର ନିର୍ଦ୍ଦେଶକ ପ୍ରଫେସର ହିମାଂଶୁ ଖଟୁଆ କହିଥିଲେ, କିଟ୍ ହେଉଛି ଶୃଙ୍ଖଳା, ଭିତ୍ତିଭୂମି ଏବଂ ବିଭିନ୍ନ ସୁବିଧା ଯୋଗାଇ ଦେବା କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ । ଛାତ୍ରଛାତ୍ରୀମାନେ ପାରସ୍ପରିକ ସମ୍ପର୍କକୁ ଦୃଢ଼ କରିବା ଉପରେ ସେ ଜୋର ଦେଇଥିଲେ ।
କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ କହିଥିଲେ, ମାନବ ସଭ୍ୟତା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇ ଆସିଛି । ପରବର୍ତ୍ତୀ ଅବସ୍ଥାରେ ଏହା ସମ୍ପର୍କରେ ରୂପାନ୍ତରିତ ହୋଇଛି । ଆମେ କେବଳ ସମ୍ପର୍କ ପାଇଁ କାମ କରୁଛୁ, ଶିକ୍ଷା ଲାଭ କରୁଛୁ ଏବଂ ଜୀବନଧାରଣ କରୁଛୁ । ଲୋକ ସମ୍ପର୍କ ହେଉଛି ଏହାର ଏକ ଅଂଶ ବିଶେଷ ।
Comments are closed.