ଭୁବନେଶ୍ୱର:ଚତୁର୍ଥ ରାଷ୍ଟ୍ରୀୟ ଜଳ ପୁରସ୍କାର ୨୦୨୨ ପାଇଁ ପ୍ରସ୍ତୁତ ତାଲିକାରେ ମଧ୍ୟପ୍ରଦେଶ ପ୍ରଥମ ସ୍ଥାନରେ ଥିବବେଳେ ଓଡ଼ିଶାର ନାମ ୨ୟରେ ରହିଛି । ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏହି ତାଲିକା ଘୋଷଣା କରାଯାଇଛି । ଏହି ତାଲିକା ଅନୁଯାୟୀ, ଆନ୍ଧ୍ର ଏବଂ ବିହାର ମିଳିତ ଭାବେ ତୃତୀୟ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ସେହିପରି ଶ୍ରେଷ୍ଠ ଜିଲ୍ଲା ପାଇଁ ଓଡ଼ିଶାର ଗଞ୍ଜାମ ଜିଲ୍ଲା ମନୋନୀତ ହୋଇଥିବାବେଳେ ୨ୟ ପୁରସ୍କାର ପାଇଁ ତାମିଲନାଡୁର ନାମକ୍କାଲ ଏବଂ ତୃତୀୟ ପୁରସ୍କାର ପାଇଁ ତେଲେଙ୍ଗାନାର ଅଦିଲବାଦକ ମନୋନୀତ କରାଯାଇଛି ।
ଜଳଶକ୍ତି ମନ୍ତ୍ରାଳୟର ଜଂଳ ସରଂକ୍ଷଣ , ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ପକ୍ଷରୁ ଜୁନ ୧୭ ତାରିଖରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ ଜାତୀୟ ଜଳ ପୁରସ୍କାର ବିତରଣ ସମାରୋହ । ଉପରାଷ୍ଟପତି ଜଗଦୀପ ଧନଖଡ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ । ଚତୁର୍ଥ ରାଷ୍ଟ୍ରୀୟ ଜଳ ପୁରସ୍କାର ୨୦୨୨ ପାଇଁ ୪୧ ଜଣ ବିଜେତାଙ୍କ ନାମ ଚୟନ କରାଯାଇଛି । ଏହି ଅବସରରେ ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ଜିଲ୍ଲା, ଶ୍ରେଷ୍ଠ ପଞ୍ଚାୟତ, ଶ୍ରେଷ୍ଠ ସହର, ଶ୍ରେଷ୍ଠ ସ୍କୁଲ, ଶ୍ରେଷ୍ଠ ମିଡିଆ ଆଦିକୁ ସମ୍ମାନିତ କରାଯିବ । ବିଜେତାମାନଙ୍କୁ ପ୍ରଶସ୍ତିପତ୍ର, ଟ୍ରଫି ସହ ନଗଦ ପୁରସ୍କାର ପ୍ରଦାନ କରାଯାଇ ସମ୍ମାନିତ କରାଯିବ । ପ୍ରଥମ ପୁରସ୍କାର ପାଇଁ ୨ ଲକ୍ଷ, ୨ୟ ପୁରସ୍କାର ପାଇ ଦେଢ ଲକ୍ଷ, ଏବଂ ତୃତୀୟ ପୁରସ୍କାର ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ବାବଦ ପ୍ରଦାନ କରାଯବ ।
ସୂଚନାଥାଉ କି, ପ୍ରଥମ ଜଳ ପୁରସ୍କାର ଘୋଷଣା ୨୦୧୮ରେ ଆରମ୍ଭ କରାଯାଇଥିଲା । ୨ୟ ପୁରସ୍କାର ୨୦୧୯ରେ, ତୃତୀୟ ପୁରସ୍କାର ୨୦୨୦ରେ ପ୍ରଦାନ କରାଯାଇଥିଲା ।
Comments are closed.