Latest Odisha News

BREAKING NEWS

ପିଓକେରେ ୧୫ରୁ ୨୦ଟି ଆତଙ୍କବାଦୀ ଶିବିର ରହିଛି: ସେନାମୁଖ୍ୟ

ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀରରେ ଏବେ ୧୫ରୁ ୨୦ଟି ଆତଙ୍କବାଦୀ ଶିବିର ରହିଛି । ଏଥିରେ ପ୍ରାୟ ୨୫୦ ରୁ ୩୫୦ ଜଣ ଆତଙ୍କବାଦୀ ରହିଛନ୍ତି ବୋଲି ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ କହିଛନ୍ତି ।

ସେ କହିଛନ୍ତି ଯେ, ଆନ୍ତର୍ଜାତୀୟ ଚାପ ସତ୍ତ୍ୱେ ପାକିସ୍ତାନରେ ଏବେ ବି ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରହିଛି । ପିଓକେରେ ଏବେ ୧୫-୨୦ଟି ଆତଙ୍କବାଦୀ ଶିବିର ରହିଛି ଓ ଏଥିରେ ୨୫୦ରୁ ୩୫୦ ଜଣ ଆତଙ୍କବାଦୀ ଅଛନ୍ତି । ଯଦି ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ ଅଧିକ ଚାପ ପକାଏ ତେବେ ସେମାନେ ନିଜର ଏହି କାର୍ଯ୍ୟକଳାପ ଉପରେ ରୋକ ଲଗାଇବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ପାକିସ୍ତାନ ସେନାର ବର୍ଡର ଆକ୍ସନ ଟିମ୍‌ର ଗତିବିଧି ସମ୍ପର୍କରେ ଆଗୁଆ ଗୁଇନ୍ଦା ସୂଚନା ମିଳୁଥିବାରୁ ସେମାନଙ୍କ ଆକ୍ରମଣକୁ ଯଥା ସମୟରେ ପଣ୍ଡ କରାଯାଇ ପାରୁଛି । ଅନ୍ୟପକ୍ଷରେ ସେନାରେ ମହିଳାମାନଙ୍କୁ ସମାନ ସୁଯୋଗ ଦେବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସେ ସ୍ୱାଗତ କରିଛନ୍ତି ।

Leave A Reply

Your email address will not be published.