ଟୋକିଓ: ଜାପାନର ଟାଟସୁଗୋରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ଥିବାବେଳେ ଏହା କେନ୍ଦ୍ରସ୍ଥଳର ଭୂମି ଭିତରେ ୧୦ କିଲୋମିଟର ଗଭୀର ଥିଲା।
କିଛି ଦିନ ତଳେ ଆମାମି କାଗୋସିମାରେ ମଧ୍ୟ ୫.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏସୀୟ ଦେଶ ଜାପାନ ପ୍ରଶାନ୍ତ ମହାସାଗର ବଳୟରେ ଅବସ୍ଥିତ। ତିନୋଟି ଟେକ୍ଟୋନିକ୍ ପ୍ଲେଟ୍ ପ୍ରଶାନ୍ତ ମହାସାଗର, ଫିଲିପାଇନ୍ସ ଏବଂ ୟୁରେସିଆନ୍ ପ୍ଲେଟ୍ ଯେଉଁଠାରେ ମିଶିଛନ୍ତି। ସେହିଠାରେ ହିଁ ଜାପାନ ଅବସ୍ଥିତି ଥିବାରୁ ସେଠାରେ ପ୍ରାୟ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥାଏ। ପ୍ରତିବର୍ଷ ଜାପାନର ଟୋକାରା ଅଞ୍ଚଳରେ ୧୫୦୦ ଭୂମିକମ୍ପ ହେଉଥିବା ନେଇ ଏକ ରିପୋର୍ଟରୁ ଜଣାପଡ଼ିଛି।
ତେବେ ଟୋକାରାରେ ମୋଟ ୧୨ଟି ଦ୍ୱୀପପୁଞ୍ଜ ଥିବା ବେଳେ ସେଠାରେ ମୋଟ ୭୦୦ ଲୋକ ବାସ କରନ୍ତି। ଗତ ଜୁନ୍ ୨୩ରେ ଗୋଟିଏ ଦିନରେ ୧୮୩ଟି ଭୂମିକମ୍ପ ହୋଇଥିବା ରେକର୍ଡ କରାଯାଇଥିଲା। ଏହାପରେ ମଧ୍ୟ ଜୁନ୍ ୨୬ ରେ ୧୫ ଥର, ଜୁନ୍ ୨୭ ରେ ୧୬ ଥର, ଜୁନ୍ ୨୮ ରେ ୩୪ ଥର ଏବଂ ଜୁନ୍ ୨୯ ରେ ୯୮ ଥର ଭୂମିକମ୍ପ ଅନୁଭୂତ ହୋଇଥିଲା।
କେବଳ ଏତିକି ନୁହେଁ ଟୋକାରା ରେ ଗତ ବର୍ଷ ସେପ୍ଟେମ୍ବର ମାସରେ ରେ ୩୪୬ ଥର ଭୂମିକମ୍ପ ହୋଇଥିବା ବେଳେ, ଡିସେମ୍ବର ୨୦୨୧ ରେ ୩୦୮ ଥର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଅଞ୍ଚଳ ଭୌଗୋଳିକ ଦୃଷ୍ଟିରୁ ଅତ୍ୟନ୍ତ ସକ୍ରିୟ ଏବଂ ସମ୍ବେଦନଶୀଳ ହୋଇଥିବାରୁ ଏଠାରେ ବାରମ୍ବାର ଭୂମିକମ୍ପ ହେଉଥିବା ଜଣାପଡ଼ିଛି।
Comments are closed.