Latest Odisha News

BREAKING NEWS

୫.୭ କୋଟିର ଘଣ୍ଟା ନେକ୍‌ଲେସ ପିନ୍ଧି ଚର୍ଚ୍ଚାରେ ଗୀତିକାର

ୱାଶିଂଟନ: ଅନ୍ତର୍ଜାତୀୟ ଗୀତିକାର ରିହାନା ଅନେକ ସମୟରେ ତାଙ୍କ ଜୀବନଧାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଅଧିକାଂଶ ସମୟ ସେ ନୂଆ ନୂଆ ଲୁକ୍‌ରେ ଆସିଥାନ୍ତି । ଯାହାକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଥାନ୍ତି । ଏବେ ସେ ଏକ ଘଣ୍ଟା ନେକ୍‌ଲେସ୍ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । କାରଣ ଏହାର ଦାମ୍ ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ନିକଟରେ ପ୍ୟାରିସ୍‌ରେ ଆୟୋଜିତ ହେଉଥିବା ଏକ ଫ୍ୟାଶନ ଶୋ’ ରେ ରିହାନା ତାଙ୍କ ବନ୍ଧୁ ଏ.ପି. ରକ୍କିଙ୍କ ସହ ସାମିଲ ହୋଇଥିଲେ । ଏହି ଫ୍ୟାଶନ ଶୋରେ ରିହାନାଙ୍କ ଲୁକ୍ ସମସ୍ତଙ୍କୁ ଆକର୍ଷିତ କରିଥିଲା । କାରଣ ସେ ବେକରେ ପିନ୍ଧିଥିବା ନେକ୍‌ଲେସ୍ ସମସ୍ତଙ୍କୁ ବେଶୀ ଆକର୍ଷିତ କରିଥିଲା । ନେକ୍‌ଲେସରେ ଏକ ଘଣ୍ଟା ଥିବା ଦେଖିବାକୁ ମିଳିଛି । ସେହି ଘଣ୍ଟାର ମୂଲ୍ୟ ୫.୭ କୋଟି ଟଙ୍କା ବୋଲି ଜଣାଯାଇଛି । ଘଣ୍ଟାରେ ୩୦ କ୍ୟାରଟ୍ ସୁନା ଫ୍ଲାଇଂ ଟୁର୍ବିଲନକୁ ୩୩୯ ଧଳା ଡାଇମଣ୍ଡ ସହ ସଜ୍ଜାଯାଇଥିଲା ।

Leave A Reply

Your email address will not be published.